You are currently viewing ଭଙ୍ଗୁର ଆଶା
Odia Poem Bhangura Asha (ଭଙ୍ଗୁର ଆଶା) by Nalinikanta Dash

ଭଙ୍ଗୁର ଆଶା

ମନସମୁଦ୍ରର ବାଲୁକାପ୍ରସ୍ତରେ
ଆଙ୍କି ଦେଲି ଛବି ତୁମର
ସାରା ଜୀବନ ପ୍ରତିମୂହୁର୍ତ୍ତ ସାଥି ହୋଇ
ରହିବ ବୋଲି ମୋ ଏକାନ୍ତର ।

ଭାବୁଥିଲି ସଦା କେଉଁ ରଙ୍ଗ, କେଉଁ ତୁଳୀରେ
ଆଙ୍କିବି ଛବି ତୁମର
ଯା’ ଦ୍ଵାରା ତୁମେ ହେବ ଅନୁପମ ଅଦ୍ଵିତୀୟ ସୁନ୍ଦରୀ
ମୋ ପ୍ରେମ ଜଗତର ।

ଶୁଣିଲି ତୁମେ ପରା
ଅନ୍ୟ କାହାକୁ ଭଲ ପାଅ !!
ଆଉ କାହାରିର ଏକାନ୍ତର
ସାଥି ହୋଇଯାଇଛ !!

ପ୍ରଶ୍ନ ପରେ ପ୍ରଶ୍ନ କଲି, ବାରମ୍ବାର କରିଲି
ପ୍ରତି ମୁହୂର୍ତ୍ତରେ ମନକୁ ପଚାରିଲି
ସଦାସର୍ବଦା ଉତ୍ତର ଗୋଟିଏ ହିଁ ପାଇଲି,
ହଁ…ହଁ…ହଁ… ।

ହାତରେ ହାତରେ ଛନ୍ଦି, ଚୁପ ହୋଇ ବସିବା ଛଡ଼ା
ଆଉ ବା’ କ’ଣ କରିବି???
ଦୁଃଖ ଦେଇ ତୁମକୁ ଏ ଜୀବନେ
କିପରି ମୁଁ ଶାନ୍ତିରେ ବଞ୍ଚିବି????

ଆଶା ପଛେ ମୋର ମାଟିରେ ମିଶିଯାଉ
ସ୍ଵପ୍ନ ପଛେ ଭାଙ୍ଗି ଚୁରମାର ହେଇଯାଉ
ଖୁସିରେ ରୁହ ତୁମେ ସଦା
କାମନା ଏତିକି ଗୋ ମୋର ପ୍ରିୟତମା ।

– ନଳୀନି କାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନଳୀନକାନ୍ତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।