You are currently viewing ବିଦାୟ ମାଆ
ବିଦାୟ ମାଆ

ବିଦାୟ ମାଆ

ମା’ ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି
ଗଲ ଯେ ଗଲ ପୁଣି ଯାଇ ଆର ବରଷ
ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି ।

ନିଜ ଲୋକକୁ ହରେଇବାର ଦୁଃଖ
ଛାତି ଭିତରେ ଅଜସ୍ର କୋହ
ଝରିପଡ଼େ ଆଖିରୁ ଲୁହ ।

ତୁମ ବିସର୍ଜନ ଭକ୍ତ ମନକୁ କରେ ବିଳାପିତ
ସବୁ କିଛି ଶୁନଶାନ୍, ମଣ୍ଡପ ଲାଗେ ଖାଁ ଖାଁ
ଘଣ୍ଟ ଘଣ୍ଟା ବି ନୀରବ ନିଶ୍ଚଳ ।

ମନ୍ତ୍ର ଶ୍ଳୋକ ଅହରହ ଗାଉଥିବା ପୁରୋହିତ ବି ଚୁପ୍
ମା’ଙ୍କ ମେଲାଣି ସହଜେ ସହି ପାରୁନି ଭକ୍ତ,
ବଞ୍ଚିଥିଲେ ପୁଣି ହେବ ମା’ଙ୍କ ସହ ଭେଟ ।

କେହି ନ ଦେଖିଲେ ମୁଁ ଦେଖିଛି
ମା’ଙ୍କ ଆଖି କୋଣରୁ ଜକେଇ ଆସିଥିବା ଲୁହକୁ,
ମା’ ବି କାନ୍ଦୁଥିଲେ ଭକ୍ତଠୁ ଦୂରେଇ ।

ଜଳ ନିମଗ୍ନ ହେଲା ବେଳେ ମା’ ହାତଠାରୁ ଥିଲେ
ଯା, ତୁ ପଳା,
ପୁଣି ଦେଖା ହବ ଆର ବରଷକୁ ।

– ଚିକୁନ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିକୁନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।