You are currently viewing ଜୀବନ ଏକ ପଶା ଖେଳ
ଜୀବନ ଏକ ପଶା ଖେଳ

ଜୀବନ ଏକ ପଶା ଖେଳ

ଜୀବନ ଏକ ପଶା ଖେଳ
ସମୟ ଚଲାଏ ଦାଉ
ଭାଗ୍ୟ ପକାଏ ଗୋଟି
ଆଉ ବନ୍ଧା ପଡ଼ିଯାଏ ବ୍ୟକ୍ତି ।

ପ୍ରତ୍ୟେକ ଦିନ ବିବସ୍ତ୍ର ହୁଏ
ଏଇ ଜୀବନ ରୂପି କୁରୁ ସଭାରେ
ହାରି ଯାଇ ଏ ସମାଜର
ଅସାମାଜିକ ନୀତି ନିୟମ ଆଗରେ ।

ପ୍ରତ୍ୟେକ ଦିନ ଦେଖେ
ତା’ ହାରିଯାଇଥିବା ଛବିଟିକୁ
ହତାସ ଛିଡ଼ା ହୋଇ
ଦର୍ପଣଟି ସାମ୍ନାରେ ।

ଜଣାନାହିଁ କେତେବେଳେ
ବନ୍ଧା ପଡ଼ିଯିବ ନିଜ ଅସ୍ତିତ୍ୱ
ଜଣାନାହିଁ କେତେବେଳେ
ନିଲାମ ହୋଇଜିବ ସଞ୍ଚିତ ସ୍ମୃତି ଟିକକ ।

କେହି ନୁହେଁ ଏଠି ନିଜ
ଧୃତରାଷ୍ଟ୍ର ଏହି ସମାଜ
ନିୟମ ନାମରେ ସତ୍ୟ ଆଗରେ ଅନ୍ଧ
ମିଥ୍ୟା ସାରଥୀ ଚଲାଏ ଜୀବନ ରଥ ।

ତାନିଆ ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ତାଙ୍କ ନିଜ ରଚନାର ଉପସ୍ଥାପନା କରି ମଧ୍ୟ ୟୁ-ଟ୍ୟୁବ୍‌ରେ ଅପ୍‌ଲୋଡ୍ କରିଥାନ୍ତି ।