You are currently viewing ଫୁଲକୋବି-ପାଳଙ୍ଗ ବେସର
Phulakobi-Palanga Besara (ଫୁଲକୋବି-ପାଳଙ୍ଗ ବେସର) recipe

ଫୁଲକୋବି-ପାଳଙ୍ଗ ବେସର

ଓଡ଼ିଆ ରୋଷେଇ ବେସରର ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ଆମେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ବେସର ତରକାରୀ ଖାଇବାକୁ ପସନ୍ଦ କରିଥାଉ । ସେମିତି ଏକ ସୁଆଦିଆ ତରକାରୀ ହେଉଛି ଫୁଲକୋବି-ପାଳଙ୍ଗ ବେସର । ତେବେ ଆସନ୍ତୁ ଜାଣିବା କେମିତି ଆମେ ସହଜରେ ଆମ ଘରେ ପ୍ରସ୍ତୁତ କରିବା ।

ଆବଶ୍ୟକ ସାମଗ୍ରୀ

  1. ଫୁଲକୋବି: ୪୦୦ ଗ୍ରାମ
  2. ଆଳୁ: ୧ଟା
  3. ପାଳଙ୍ଗ ଶାଗ: ୧ ବିଡ଼ା
  4. ବେସର: ୨/୩ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

କୋବି ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ବିଡ଼ାଏ ପାଳଙ୍ଗ ଶାଗକୁ ବଡ଼ ବଡ଼ କାଟନ୍ତୁ । କଡ଼େଇ ଗରମ କରି ସୋରିଷ ତେଲ ଗରମ କରନ୍ତୁ । ଶୁଖିଲା ଲଙ୍କା ଓ ଫୁଟଣ ଫୁଟାନ୍ତୁ । ସେଥିରେ କାଟି ରଖିଥିବା କୋବି ଓ ଆଳୁ ପକେଇ ସନ୍ତୁଳି ଦିଅନ୍ତୁ । ହଳଦୀ ଓ ସ୍ୱାଦ ଅନୁସାରେ ଲୁଣ ପକେଇ ଆଉ ଟିକେ ସନ୍ତୁଳି ଦିଅନ୍ତୁ । ଏବେ ବେସର ପକେଇ ଭଲଭାବେ ମିଶେଇ ନିଅନ୍ତୁ । ବେସର ଭଲଭାବେ ଗୋଳେଇ ହେଇଗଲା ପରେ ୨/୩ କପ୍ ପାଣି ଦେଇ ଘୋଡ଼େଇ ଦିଅନ୍ତୁ । ଫୁଟି ଆସିଲା ବେଳକୁ ସେଥିରେ ବଡ଼ ବଡ଼ କଟା ଯାଇଥିବା ପାଳଙ୍ଗ ଶାଗ ପକେଇ ଭଲ ଭାବେ ଗୋଳେଇ ନିଅନ୍ତୁ । ଏଥର ଘୋଡ଼ଣି ଘୋଡ଼େଇ ୧୦/୧୫ ମିନିଟ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ । ଏବେ ପ୍ରସ୍ତୁତ ହେଇଗଲା ଫୁଲକୋବି ପାଳଙ୍ଗ ବେସର ।

– ତାପସ ରଞ୍ଜନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।