ଫେରିବାର ପଥ ଭୁଲିକି ଗଲ ଗୋବିନ୍ଦ
ଗୋପର ଗୋପୀ ଗୋପାଳ ଝୁରୁଛି ରାଧିକା
ଝୁରୁଛି କଦମ୍ବ ଝୁରୁଛି ଯମୁନା ଜଳ
ଯେଣେ ଅନଉଛି ଲଳନା ଦେଖେ କଳା ଶ୍ରୀମୁଖ
ଭାବୁକ ଲାଗଇ ତାହାକୁ ଅବନୀ ଆକାଶ
ନବ ଦୁର୍ବାଦଳ ନିଷ୍ପ୍ରଭ ଦିଶିଲା ନପାଇ କୃଷ୍ଣ ପରସ
ଛନ୍ଦ ହରା ହେଲେ ଗୋପର କାମିନୀ
ଦିଗହରା ହେଲା ପିକ
ଗୋଧୂଳି ଲଗନେ ନଦିଶେ ପ୍ରେମ ପିୟୁଷ
ମେଘର ମାହ୍ଲାରରେ ହଜିଗଲା ପରେ ଚାନ୍ଦ
ଶ୍ୟାମ ଘନ ବଂଶୀ ସ୍ଵନ ଫେରି ଆସ ଥରେ ଗୋପ ଭୁବନ
ଭାବମୟ ହଉ ଏ ବୃନ୍ଦାବନ
ନୁପୂର ଛନ୍ଦରେ ମଧୁର ପ୍ରେମରେ ସୁଲଳିତ ବଂଶୀ ସ୍ଵନ
– ନିରୂପମା ହୋତା