You are currently viewing ସନ୍ଧ୍ୟା
Odia Poem Sandhya (ସନ୍ଧ୍ୟା) by Saroj Kumar Sahoo

ସନ୍ଧ୍ୟା

ପକ୍ଷୀ ଫେରିଲେଣି ନୀଡ଼କୁ ସରବେ
ଅସ୍ତଗାମୀ ସୂର୍ଯ୍ୟ ଦେଖି
କମନୀୟ ତା’ର କି ଅପୂର୍ବ ଶୋଭା
ଆଖି ଯାଏ ସତେ ଲାଖି ।

ଗାଇଆଳ ଫେରେ ଗୋଧୂଳି ସଞ୍ଜରେ
କଅଁଳା ବାଛୁରୀ ଧରି
ଗାଆଁ କୁନିପିଲା ଫେରନ୍ତି ସଙ୍ଗତେ
ଖେଳକୁଦ ଶେଷ କରି ।

ଚଷାପୁଅ ଫେରେ ନିଜ କୁଟୀରକୁ
କ୍ଲାନ୍ତି ଉପଶମ ପାଇିଁ
ବିଦ୍ୟା ଅଧ୍ୟୟନ କରନ୍ତି ପିଲାଏ
ଗୁରୁଜନ ପାଦ ଛୁଇିଁ ।

ଗାଁ କୋଠଘରେ ଶୁଭେ ସଂକୀର୍ତ୍ତନ
ହରିବୋଲ କରତାଳି
ଅଜାଆଈ ବସି ଦାଣ୍ଡଦୁଆରରେ
ଜପ କରୁଥାନ୍ତି ମାଳି ।

ଘଣ୍ଟ ଶଙ୍ଖ ବାଜେ ଗାଁ ମନ୍ଦିିରରେ
ପଢ଼ାହୁଏ ଭାଗବତ
ଚଉରାମୂଳରେ ଘିଅଦୀପ ଜାଳି
ପତ୍ନୀ ମାଗେ ଭବିଷ୍ୟତ ।

– ସରୋଜ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।