You are currently viewing ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା
ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା

ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା

ଅନେକ ବର୍ଷ ତଳର କଥାଭାରତର ପୂର୍ବ ଉପକୂଳରେ ଓଡ଼ିଶା ବୋଲି ଗୋଟେ ରାଜ୍ୟସେଠି ପ୍ରାୟ ୩.୫ କୋଟି ଲୋକ ଓଡ଼ିଆ ଭାଷା କୁହନ୍ତି ଓ ପ୍ରାୟ ୧ କୋଟି ଲୋକ ୨୯+ ଭାଷା କୁହନ୍ତିରାଜ୍ୟର ରାଜଭାଷା ଓଡ଼ିଆ

ଓଡ଼ିଶା ଲୋକେ ଭାରତର ଅନେକ ଭାଷାକୁ ସମାନଭାବେ ଭଲ ପାଆନ୍ତି, ତେଣିକି ଓଡ଼ିଆ ହଉ କି ହିନ୍ଦୀ କି ବେଙ୍ଗଲୀ କି ତେଲୁଗୁ

ତା’ପରେ କ’ଣ ହେଲା ନା କିଛି ଲୋକଙ୍କୁ କେବଳ ଉର୍ଦ୍ଦୁ ମିଶା ହିନ୍ଦୀ ବହୁତ ଭଲ ଲାଗିଲା

ଓଡ଼ିଆ ଚଳଚିତ୍ର ଜଗତ ଗୋଟେ ନୂଆ ରୂପ ଧାରଣ କଲାଅଧିକାଂଶ ଗୀତରେ ଉର୍ଦ୍ଦୁ ମିଶା ହିନ୍ଦୀ ଶବ୍ଦ ଭରିଦିଆଗଲାଚଳଚିତ୍ର ଜଗତ କହିଲା ଯେ ଲୋକଙ୍କୁ ଭଲ ଲାଗୁଛି ବୋଲି ଆମେ ଏମିତି କରୁଛୁକିଛି ଲୋକ କହିଲେ ଯେ ସେମିତି ଚଳଚିତ୍ର ହେବାରୁ ଲୋକଙ୍କୁ ଦେଖିବାକୁ ପଡୁଛିହଉ ଛାଡ଼ ସେକଥାଚଳଚିତ୍ର ଜଗତକୁ କଣ ଧରି ବାନ୍ଧି ଭାଷା ଶିଖାଯାଇପାରିବ?

ତା’ପରେ ଓଡ଼ିଆ ଗଣମାଧ୍ୟମ ମଧ୍ୟ ଗୋଟେ ନୂଆ ରୂପ ଧାରଣ କଲାସେମାନେ ବି ଅନେକ ଲେଖା ଓ କଥାରେ ଉର୍ଦ୍ଦୁ ମିଶା ହିନ୍ଦୀ ଶବ୍ଦର ବହୁଳ ବ୍ୟବହାର କଲେ

ଏସବୁ ଜିନିଷ କିଛି ଲୋକଙ୍କୁ ଭଲ ଲାଗିଲାନିସାହିତ୍ୟରେ ନୂଆ ଶବ୍ଦ ଯୋଡ଼ିବାର କାମ ଲେଖକ ଓ କବିଙ୍କରଯଦି ଜଣେ ସାଧାରଣ ଲୋକ କି ଚଳଚିତ୍ର ଜଗତ କି ଗଣମାଧ୍ୟମ ନିଜ ଇଚ୍ଛା ଅନୁସାରେ ପ୍ରବଳ ବାହ୍ୟ ଶବ୍ଦ ବ୍ୟବହାର କରେ ଓ ସ୍ଥାନୀୟ ଶବ୍ଦଗୁଡ଼ିକର ବ୍ୟବହାର ବନ୍ଦ ହୋଇଯାଏ ତାହେଲେ କିଛି ବର୍ଷ ପରେ ଓଡ଼ିଆ ଭାଷାର ବାକ୍ୟଗଠନ ସେ ବାହ୍ୟ ଭାଷା ଭଳି ହେଇଯାଏତେଣୁ ଯୋଉ ଲୋକଙ୍କୁ ଏସବୁ ଜିନିଷ ଭଲ ଲାଗୁନଥିଲା, ସେମାନେ ଏ ମିଶ୍ରିତ ଭାଷା ବା ଖେଚୁଡ଼ିଓଡ଼ିଆ ବିରୋଧରେ କହିବାକୁ ଲାଗିଲେକିନ୍ତୁ ଅଧିକାଂଶ ଲୋକଙ୍କୁ ତ’ ଖେଚେଡ଼ି ଭଲ ଲାଗେସେ ଅଳ୍ପ କିଛିଟା ବିରୋଧ କଲେ କଣ ହେବ?

ଏମିତି ସମୟ ଗଡ଼ିଗଲା କାଳ ପଡ଼ିବାକୁ କଣ ହେଲା ନା, ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବି ଦୁର୍ବଳ ହେଇଚାଲିଲାଓଡ଼ିଆ ଧୀରେ ଧୀରେ ଖେଚୁଡ଼ିଓଡ଼ିଆ ହେଇଚାଲିଲାଆଉ କିଛି ବାଟ ନଥିଲାଭାଗ୍ୟକୁ ଆଦରି ବସିବାର ଥିଲାଖେଚୁଡ଼ିଓଡ଼ିଆ ବିରୋଧରେ କହୁଥିବା ଲୋକ ବି ଚୁପ ହେବାକୁ ଲାଗିଲେଓଡ଼ିଶାରେ ଚାକିରୀବାକିରିର ସମସ୍ୟା ପ୍ରବଳସେ ପୂର୍ବକାଳରେ କୁଆଡ଼େ କଳିଙ୍ଗ ଲୋକ ନୌବାଣିଜ୍ୟ କରିବାକୁ ଯାଉଥିଲେ କିନ୍ତୁ ଏବେ ଗୋଟେ ଛୋଟ ବ୍ୟବସାୟ କରିବାକୁ ଡରୁଛନ୍ତିସେ ଯାହାହେଉ, କିଛି ତ କାମ କରିବାକୁ ପଡ଼ିବ

ଥରେ ଗୋଟେ କ’ଣ ନୂଆ ଜିନିଷ ଶୁଣିବାକୁ ମିଳିଲା “ଷ୍ଟାର୍ଟ-ଅପ” ସରକାର ବି କିଛି ସାହାଯ୍ୟ କରିବେ ବୋଲି ଶୁଣିବାକୁ ମିଳିଲା

ଖେଚୁଡ଼ିଓଡ଼ିଆ ବିରୋଧରେ କହୁଥିବା ଲୋକ (ଯିଏ ଚୁପ ହେଇଯାଇଛନ୍ତି) ଥରେ ଭାବିଲେ ଯେ ଷ୍ଟାର୍ଟ-ଅପ ଆରମ୍ଭ କରିବେଏମିତି କଥା ହେଉ ହେଉ ମୁଣ୍ଡକୁ ଗୋଟେ କଥା ଆସିଲାବର୍ତ୍ତମାନ ତ’ ଓଡ଼ିଶାରେ ଖେଚୁଡ଼ିଓଡ଼ିଆ ବେପାର ଭଲ ଚାଲିଛି ଓ ଚଳଚ୍ଚିତ୍ର ଏବଂ ଗଣମାଧ୍ୟମରେ ବି ସେଇ ଖେଚେଡ଼ିର ବ୍ୟବହାର ହେଉଛିତାହେଲେ ଆଗକୁ ବି ଚାହିଦା ବଢ଼ିପାରେଆମେ ଯଦି ମିଶିକି ଗୋଟେ “ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା” ଖୋଲିବା ଓ ସେ’ଠି ଓଡ଼ିଆକୁ କେମିତି ଖେଚୁଡ଼ିଓଡ଼ିଆ କରାଯାଏ ଶିଖେଇବା ତାହେଲେ ଭବିଷ୍ୟତରେ ଭଲ ଭଲ ଖେଚେଡ଼ି ରୋଷେଇଆ ବାହାରିବେ (ମାନେ ଖେଚୁଡ଼ିଓଡ଼ିଆ ଭଲରେ କହିପାରୁଥିବା ପ୍ରଶିକ୍ଷିତ ଲୋକ) ଓ ସେମାନଙ୍କୁ ଅତି ସହଜରେ ଚଳଚିତ୍ର ଜଗତ ଓ ଗଣମାଧ୍ୟମରେ ଚାକିରୀ ମିଳିଯିବପୁଣି କିଛି କହିଲେ ଏମିତି କରି ଓଡ଼ିଆ ଭାଷାକୁ ନଷ୍ଟ କରିବା ଠିକ ହେବନି

ଏମିତି ଦ୍ୱନ୍ଦରେ ରହି ରହି ଶେଷରେ ସ୍ଥିର କଲେ ଯେ ସଂସ୍ଥାଟି ଖୋଲିବା କାରଣ ଏମିତିରେ ବି ଓଡ଼ିଆ ଭବିଷ୍ୟତରେ ଉର୍ଦ୍ଦୁ ହିନ୍ଦୀ ମିଶା ଖେଚୁଡ଼ିଓଡ଼ିଆ ହିଁ ହେବ ଓ ତା’ ସହିତ ଟିକେ ଇଂରାଜୀ ଛୁଙ୍କ ବି ଲାଗିବଗୋଟେ ଶୁଭ ମୁହୂର୍ତ୍ତ ଦେଖି “ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା” ଖୋଲିଲାସେ’ଠି ଶିଖାଗଲା କେମିତି ସବୁ ଓଡ଼ିଶାର ସ୍ଥାନୀୟ ଶବ୍ଦ ପୂରା ଲିଭେଇ ଦେଇ କେବଳ ବାହ୍ୟ ଶବ୍ଦ ବ୍ୟବହାର କରିବଆଉ ଏଇଟା ବି ଶିଖାଗଲା ଯେ ଯଦି କିଏ ତମ ବିରୋଧରେ ଆସେ ତାକୁ କହିବ ଯେ ଏସବୁ ଆଧୁନିକ ଶବ୍ଦ, ସମୟ ଅନୁସାରେ ସବୁ ବଦଳେ ଓ ଆମେ ବି ବଦଳିବା, ଜୟ ଖେଚୁଡ଼ିଓଡ଼ିଆ

ସେ ସଂସ୍ଥାରେ ପ୍ରଶିକ୍ଷିତ ଅନେକ ଛାତ୍ରଛାତ୍ରୀ ଚଳଚ୍ଚିତ୍ର ଜଗତ ଓ ଗଣମାଧ୍ୟମରେ ଭଲ ଚାକିରୀ ପାଇଲେ ଓ ଧୀରେ ଧୀରେ ଖେଚୁଡ଼ିଓଡ଼ିଆର ପ୍ରଚାର ପ୍ରସାର କରାଇଲେ

ଆଜି “ଖେଚୁଡ଼ି ଓଡ଼ିଆ ପ୍ରଶିକ୍ଷଣ ସଂସ୍ଥା” ଓଡ଼ିଶାର ଗୋଟେ ଭଲ ସଂସ୍ଥା ଭାବେ ପରିଗଣିତ ହେଉଛି

[ଏଇଟା ଗୋଟେ ଗପ ଥିଲାସତ ବୋଲି ଭାବିବେନି ।]

ଆଶିଷ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶିଷ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।