ଜଙ୍ଗଲ ନଷ୍ଟର ପ୍ରଭାବ
ଜଙ୍ଗଲ ନଷ୍ଟର ପ୍ରଭାବ

ଜଙ୍ଗଲ ନଷ୍ଟର ପ୍ରଭାବ

କିଛିବର୍ଷ ପୂର୍ବେ ଆମ ଦେଶ ଭାରତ ସମେତ ସମଗ୍ର ବିଶ୍ୱ ସବୁଜ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲାସର୍ବତ୍ର ବୃକ୍ଷର ଶୀତଳ ମଳୟରେ ପୁରିଉଠୁଥିଲାଫଳରେ ଲୋକମାନଙ୍କ ମନରେ କେବଳ ଶାନ୍ତି ହିଁ ଶାନ୍ତି ବିରାଜମାନ କରୁଥିଲାସେବେ ମୁନିଋଷିମାନେ ଘଞ୍ଚ ଅରଣ୍ୟରେ ବସବାସ କରି ଦେଶ ଥା ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ ହୋମ ଆଦି କରୁଥିଲେରୋଷେଇ ହୋମ ପାଇଁ ଆବଶ୍ୟକୀୟ ଶୁଖିଲା କାଠ ସେମାନଙ୍କର ଶିଷ୍ୟମାନେ ଏହି ଜଙ୍ଗଲରୁ ସଂଗ୍ରହ କରୁଥିଲେମୁନିଋଷିମାନେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେସେମାନେ ପ୍ରକୃତି ବିଷୟରେ ସେମାନଙ୍କର ଶିଷ୍ୟମାନଙ୍କୁ ଅବଗତ କରାଉଥିଲେବୃକ୍ଷମାନଙ୍କର ମାହାତ୍ମ୍ୟ ସେମାନେ ଶିଷ୍ୟମାନଙ୍କୁ ଭଲ ଭାବବରେ ବୁଝାଉଥିଲେ, ଫଳରେ ଶିଷ୍ୟମାନେ ସଚେତନ ହୋଇ ପ୍ରକୃତି ନଷ୍ଟର ରକ୍ଷା କରିବା ଅନ୍ୟମାନଙ୍କୁ ମଧ୍ୟ ଏହାର ସଂରକ୍ଷଣ ପାଇଁ ପରାମର୍ଶ ଦେଉଥିଲେତେଣୁ ପରିବେଶ ସରସ, ସୁନ୍ଦର ହୃଦୟସ୍ପର୍ଶୀ ରହୁଥିଲାଯେଉଁ ଜଙ୍ଗଲରୁ ଜିନିଷ ସଂଗ୍ରହ କରି ଲୋକମାନେ ଚଳୁଥିଲେ, ସେହି ଜଙ୍ଗଲର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ସେମାନଙ୍କର କର୍ତ୍ତବ୍ୟ ଭାବରେ ସେମାନେ କରୁଥିଲେ

ବର୍ତ୍ତମାନ କିନ୍ତୁ ସେ ଯୁଗ ଆଉ ନାହିଁଆମେ ବିଜ୍ଞାନ ଯୁଗରେ ପଦାର୍ପଣ କରିଛେବିଜ୍ଞାନର ଅଗ୍ରଗତି ଫଳରେ ଆମେ ମହାକାଶରେ ବାୟୁଯାନ ସାହାଯ୍ୟରେ ଯାତାୟତ କରି ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ ଅନ୍ୟ ଗ୍ରହ, ଉପଗ୍ରହମାନଙ୍କୁ ପରିକ୍ରମା କରିପାରୁଛୁଁସ୍ଥଳ ଭାଗରେ ରାସ୍ତାଘାଟଗୁଡ଼ିକ ଦୀର୍ଘ ଏବଂ ପ୍ରସସ୍ତ କରୁଛେ, ଫଳରେ ଯାନବାହାନ ସ୍ୱଳ୍ପ ସମୟ ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ଞ୍ଚିପାରୁଛେମାନବର ବିଭିନ୍ନ କାର୍ଯ୍ୟକୁ ଆହୁରି ହଜ  କରିବା ପାଇଁ ବିଭିନ୍ନ କଳକାରଖାନା ଗଢ଼ି ଉଠିଛିବିଭିନ୍ନ ନୂତନ ନୂତନ ଯନ୍ତ୍ରପାତି ମାନବ ସୃଷ୍ଟି କରୁଛିଫଳରେ ଆଜିର ମାନବ ସମୟ ଦୂରତ୍ୱକୁ ଜୟ କରିପାରିଛିସେ ସମଗ୍ର ବିଶ୍ୱରେ ବିଜ୍ଞାନର ପ୍ରାଧାନ୍ୟ ସ୍ଥାପନ କରିଛିହେଲେ ଜନସଂଖ୍ୟ ବୃଦ୍ଧି ହେବା ଫଳରେ ଯେତେ ପରିମାଣରେ ପରିବେଶ ନଷ୍ଟ କରୁଛନ୍ତି, ତା ସମ୍ମୁଖରେ ବିଜ୍ଞାନ ନିରବଆଜିର ମାନବ ଯେତେ ବିଜ୍ଞାନର ଉନ୍ନତି କଲେ ମଧ୍ୟ ମନର ପ୍ରକୃତ ଶାନ୍ତି ନାହିଁ

ଜନସଂଖ୍ୟାର ବୃଦ୍ଧି ଯୋଗୁଁ ଅଧିକ ସଂଖ୍ୟକ ଘର ଦରକାର ପଡ଼ୁଛିଫଳରେ ଘର ତିଆରି କରିବା ପାଇଁ ଜଙ୍ଗଲ ଏବଂ ବୃକ୍ଷଲତାକୁ କାଟି ପଦା କରିଦିଆଯାଉଛି ଏବଂ ତାଉପରେ ସୁଉଚ୍ଚ ଅଟ୍ଟାଳିକାମାନ ଗଢ଼ାହେଉଛିଜନସଂଖ୍ୟାର ବୃଦ୍ଧି ଫଳରେ ଯାତାୟତ ପାଇଁ ଅଧିକ ସଂଖ୍ୟକ ଗାଡ଼ିମୋଟରର ଆବଶ୍ୟକତା ପଡ଼ୁଛିଫଳରେ ଜଙ୍ଗଲକୁ କାଟି ରାସ୍ତା ତିଆରି କରାଯାଉଛି କିମ୍ବା ପୂର୍ବରୁ ଥିବା ସଂକୀର୍ଣ୍ଣ ରାସ୍ତାକୁ ଓସାରିଆ କରିବା ପାଇଁ ତା ଉଭୟପାଖରେ ଥିବା ଗଛଗୁଡ଼ିକୁ କାଟିଦିଆଯାଉଛିକିନ୍ତୁ ସେଇ ତୁଳନାରେ ଯେଉଁସବୁ ବୃକ୍ଷରୋପଣ କରାଯାଉଛି ତା ପରିମାଣ ସ୍ୱଳ୍ପଯାତାୟତ ପାଇଁ ଅଧିକ ସଂଖ୍ୟକ ଯାନବାହାନର ବ୍ୟବହାର ଫଳରେ ସେଥିରୁ ନିର୍ଗତ ଧୁଆଁ ବାୟୁମଣ୍ଡଳକୁ ଅଧିକ ଦୂଷିତ କରୁଛି

ଜନସଂଖ୍ୟାର ବୃଦ୍ଧି ଫଳରେ ଅଧିକ ଅଧିକ ସଂଖ୍ୟକ ଶିଳ୍ପଞ୍ଚଳର ଆବଶ୍ୟକତା ମଧ୍ୟ ପଡ଼ୁଛିଏହି ଶିଳ୍ପାଞ୍ଚଳଗୁଡ଼ିକ ମଧ୍ୟ ଜଙ୍ଗଲ କାଟି ତିଆରି ହେଉଛିଫଳରେ ଜଙ୍ଗଲର ପରିମାଣ କମିବା ବୃକ୍ଷରୁ ମିଳୁଥିବା ଅମ୍ଳଜାନ ଏବଂ ସୁରକ୍ଷା ଆଦି କମ୍ ହେଉଛିତେଣେ ଶିଳ୍ପାଞ୍ଚଳର ବୃଦ୍ଧି ଫଳରେ ସେଥିରୁ ନିର୍ଗତ ବିଷାକ୍ତ ଧୁଆଁ ଏବଂ ବର୍ଜ୍ୟବସ୍ତୁ ବାୟୁମଣ୍ଡଳ ସହ ଖୋଲାରେ ମିଶୁଛି ଏବଂ ବାୟୁମଣ୍ଡଳକୁ ଆହୁରି ଅଧିକ ଦୂଷିତ କରୁଛିମନୁଷ୍ୟ ଯେଉଁ ନିଶ୍ୱାସପ୍ରଶ୍ୱାସ ନେଉଛି, ତାହା ଏହି ଭଳି ଦୂଷିତବାୟୁରେ ଭରି ରହିଛି

ଜନସଂଖ୍ୟା ବୃଦ୍ଧିପାଇବା ଯୋଗୁଁ, ଚାଷଜମିରୁ ମିଳୁଥିବା ଆବଶ୍ୟକୀୟ ଖାଦ୍ୟର ଅଭାବ ଦେଖାଯାଉଛିଫଳରେ ଅଳ୍ପ ସମୟରେ ଅଧିକ ଖାଦ୍ୟ ଉତ୍ପନ୍ନ କରିବା ପାଇଁ କୃଷି ବୈଜ୍ଞାନିକମାନଙ୍କ ଦ୍ୱାରା ଅନେକପ୍ରକାରର ପ୍ରଣାଳୀ ବ୍ୟବହାର କରାଯାଉଛି ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଯେଉଁସବୁ କୀଟନାଶକ କିମ୍ବା ସାରର ବ୍ୟବହାର ହେଉଛି, ସମୟ ସମୟରେ ତାହା ଖାଦ୍ୟକୁ ବିଷାକ୍ତ କରିବାରେ ଲାଗିଛିଫଳରେ ମାନବ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଶଯ୍ୟାରେ ପଡ଼ୁଛିଜଙ୍ଗଲ ନଷ୍ଟ ହେବା ଫଳରେ ଜଳବାୟୁରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଦେଉଛିଠିକ୍ ସମୟରେ ବର୍ଷା ହେଉନାହିଁବାରମ୍ବାର ମରୁଡ଼ି ପଡ଼ୁଛି, ତେଣୁ ଜଳାଭାବ ପାଇଁ ଫସଲ ହାନି ମଧ୍ୟ ହେଉଛିଜଙ୍ଗଲହାନି ହେବା ଫଳରେ ଖରା ମଧ୍ୟ ଅଧିକ ହେଉଛି ଏବଂ ତାପମାତ୍ର ବଢ଼ିବାରେ ଲାଗିଛି

ଏହି ସବୁ ଅସୁବିଧା କେବଳ ଜଙ୍ଗଲହାନି ପାଇଁ ଘଟୁଛିମଣିଷ ଯଦି ଗଛ ଲଗାଇବା ଜଙ୍ଗଲର ସୁରକ୍ଷା କରି ପ୍ରକୃତିର ସନ୍ତୁଳନ ରକ୍ଷା କରିପାରନ୍ତା, ତେବେ ଏତେସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନଥାନ୍ତାଯେଉଁ ଜଙ୍ଗଲ ଏବଂ ଗଛଲତା ପାଇଁ ଆମେ ସୁସ୍ଥ ହୋଇ ବଞ୍ଚିପାରୁଛୁ, ସେହି ଜଙ୍ଗଲର ସୁରକ୍ଷା ଆମ ଭଳି ମଣିଷମାନଙ୍କର କର୍ତ୍ତବ୍ୟ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu