You are currently viewing ମେଣ୍ଢାଗୋଲା କଥା
ମେଣ୍ଢାଗୋଲା କଥା

ମେଣ୍ଢାଗୋଲା କଥା

ବହୁ ବର୍ଷ ପୂର୍ବେ ଉପକୂଳ ଅଞ୍ଚଳରେ ତିନୋଟି ଗାଁ ଥିଲା—  କରମାପୁର, ମହାଚତୁରପୁର, ଅତିଚତୁରପୁର ସେତବେଳର ସମାଜରେ ସମସ୍ତେ ପରିଶ୍ରମ କରୁଥିଲେ ଭଲରେ ଚଳୁଥିଲେ କିଏ ଚାଷ କରୁଥିଲା କିଏ ମେଣ୍ଢାଗୋଲା ପାଳନ କରୁଥିଲା ମେଣ୍ଢାଗୋଲା ବୋଲି ଗୋଟେ ଗୃହପାଳିତ ପଶୁ ସେତବେଳେ ଥିଲା ତାଦେହ ଦେଖିବାକୁ ମେଣ୍ଢା ଭଳି କିନ୍ତୁ ମୁଣ୍ଡଟି ପୂରା ଗୋଲିଆ ଥିଲା ମେଣ୍ଢାଗୋଲା କ୍ଷୀରର ଭଲ ବ୍ୟବସାୟ ହେଉଥିଲା କିଛି ଲୋକ ସେଇ ମେଣ୍ଢାଗୋଲା ପାଳନ କରିକି ଲକ୍ଷେପତି ହେଇଯାଇଥିଲେ

କିନ୍ତୁ ସେ ତିନୋଟି ଗାଁ ଭିତରୁ କରମାପୁରରେ ଅଧିକ ମେଣ୍ଢାଗୋଲା ପାଳନ ହେଉଥିଲା ଯେତେବେଳେ କୌଣସି ପର୍ବପର୍ବାଣି କିମ୍ବା ବାହାଘରରେ କରମାପୁର ଲୋକ ମହାଚତୁରପୁର ଅତିଚତୁରପୁରର ସମ୍ବନ୍ଧୀୟଙ୍କୁ ମେଣ୍ଢାଗୋଲା ଉପହାର ସ୍ୱରୂପ ଦେଉଥିଲେ

ମହାଚତୁରପୁର ଲୋକ ଅଧିକାଂଶ ସୁରକ୍ଷା କର୍ମୀ ହେବାକୁ ପସନ୍ଦ କରୁଥିଲେ ଅତିଚତୁରପୁର ଲୋକ ଅଧିକାଂଶ ଚାଷବାଷ କରୁଥିଲେ

କରମାପୁରର ମୁଖିଆ ଲୋକାବାବୁଙ୍କର ବହୁତ ମେଣ୍ଢାଗୋଲା ଥିଲେ ସେମାନଙ୍କୁ ରାତିରେ ବାଘ ଭାଲୁଙ୍କଠାରୁ ବଞ୍ଚେଇବା ପାଇଁ ଲୋକାବାବୁ ମହାଚତୁରପୁର ଗାଁ କିଛି ସୁରକ୍ଷା କର୍ମୀଙ୍କୁ କାମରେ ଲଗେଇଥିଲେ ସବୁ ସୁରୁଖୁରୁରେ ଚାଲିଥିଲା ଦିନେ ହଠାତ ରାତି ଅଧରେ କିଏ ଗୋଟେ ଚିଲେଇବାର ଶୁଭିଲା ଲୋକାବାବୁ ଗାଁ ଲୋକ ସବୁ ଉଠିପଡ଼ିଲେ ଦେଖିଲେ ଯାଇ ନାଁ ଜଣେ ସୁରକ୍ଷା କର୍ମୀ ଅଚେତ ଅବସ୍ଥାରେ ପଡ଼ିଛି ବହୁତ ଗୁଡ଼େ ମେଣ୍ଢାଗୋଲା ସେଠି ନାହାନ୍ତି ବହୁତ ମରିକି ପଡ଼ିଛନ୍ତି ପାଣି ଛିଞ୍ଚିବାରୁ ସେ ସୁରକ୍ଷା କର୍ମୀର ଚେତା ଆସିଲା ସେ କହିଲା ଯେ କିଛି ଅଦ୍ଭୁତ ଜନ୍ତୁ ଆସିକି ଏମିତି କରିଥିଲେ

ତାପରଦିନ କରମାପୁର ଲୋକ ମହାଚତୁରପୁରରେ ଥିବା ସୁରକ୍ଷା ବିଭାଗରେ ନିଜର ଗୁହାରି ଜଣାଇଲେ ବିଭାଗର ମୁଖିଆ ଲୋକମାନଙ୍କୁ ଆଶ୍ୱାସନା ଦେଲେ ଦିନ ପରେ ଦିନ ଗଡ଼ିଚାଲିଲା କିନ୍ତୁ କୋଉ ବଣୁଆ ଜନ୍ତୁ ମେଣ୍ଢାଗୋଲାସବୁକୁ ମାରିଥିଲା କିଛି ଜଣାପଡ଼ିଲାନି ତାପରେ ବି ଏମିତି ବଣୁଆ ଜନ୍ତୁ ଆସିକି ବହୁତ ମେଣ୍ଢାଗୋଲାକୁ ଉଠେଇ ନେଇ ପଳେଇଲେ

ଦିନେ ଗୋଟେ ବାହାଘରରେ କରମାପୁର ଲୋକ ମହାଚତୁରପୁରକୁ ଯାଇଥିଲେ ଦେଖିଲେ କଣ ନା ସେ ଗାଁରେ ଆଗ ଅପେକ୍ଷା ବହୁତ ଛାତଘର (କଙ୍କ୍ରିଟ) ହେଇଯାଇଛି

ଥରେ ସେ ଅଞ୍ଚଳର କୃଷି ପଶୁପାଳନ ବିଭାଗର ମୁଖିଆ ସେ ସବୁ ଗାଁମାନଙ୍କୁ ବୁଲିବାକୁ ଆସିବାର ଥିଲା ଦେଖିବାର ଥିଲା ଯେ କିଏ ଭଲ ଚାଷବାଷ କିଏ ଭଲ ମେଣ୍ଢାଗୋଲା ପାଳନ କରୁଛି ଆଜ୍ଞା ଆସିଲେ ସବୁ ଗାଁ ବୁଲିଲେ ସପ୍ତାହେ ପରେ ସିଏ ତାଙ୍କ ରିପୋର୍ଟ ଧରି ଆଉ ଥରେ ଆସିଲେ ଅତିଚତୁରପୁରରେ ଗୋଟେ ବଡ଼ ସଭାଟେ ହେଲା ସେଠି ସେ ଘୋଷଣା କଲେ ଯେ କରମାପୁରର ମକରା ହେଉଛି ବର୍ଷର ବଡ଼ ଚାଷୀ ଖବରରେ କରମାପୁର ଲୋକ ପୂରା ଖୁସିରେ ଡେଇଁଲେ ତାପରେ ଘୋଷଣା ହେଲା ଯେ ଅତିଚତୁରପୁରର ମକରା ହେଉଛି ବର୍ଷର ବଡ଼ ମେଣ୍ଢାଗୋଲା ପାଳକ ଖବର ଶୁଣିକି କରମାପୁରର ଲୋକଙ୍କ ମୁଣ୍ଡ ଯେମିତି କାମ କରିବା ବନ୍ଦ କରିଦେଲା

ଯୋଉ କରମାପୁରରେ ସବୁଠୁ ଅଧିକ ମେଣ୍ଢାଗୋଲା ପାଳନ ହେଉଥିଲା, ସେଠି ହଠାତ କୋଉ ବଣ୍ୟଜନ୍ତୁ ଆସିକି ପୁଳାଏ ମେଣ୍ଢାଗୋଲା ନେଇଗଲେ, ସୁରକ୍ଷା ବିଭାଗରେ ଗୁହାରି କଲେ ବି କିଛି ହେଲାନି, ମହାଚତୁରପୁରରେ ଆଗ ଅପେକ୍ଷା ବହୁତ ଛାତ(କଙ୍କ୍ରିଟ) ଘର ହେଇଗଲାଣି ଶେଷରେ ଅତିଚତୁରପୁରକୁ ବଡ଼ ମେଣ୍ଢାଗୋଲା ପାଳକ ପୁରସ୍କାର ମିଳିଗଲା

ଅତିଚତୁରପୁରର ସଭାରୁ ଘରକୁ ଫେରିଲାବେଳେ କରମାପୁରର ମୁଖିଆ ଲୋକାବାବୁ ଏଇ ସବୁ କଥା ଭାବି ଭାବି ଚିନ୍ତିତ ହେଇ ପଡ଼ିଥିଲେ ଘରକୁ ଆସି ଲୋକାବାବୁ ପୁଅକୁ ପଚାରିଲେ, ମେଣ୍ଢାଗୋଲାଙ୍କ ସୁରକ୍ଷା ପାଇଁ ଯୋଉ ଲୋକଟି ଥିଲା ସିଏ କାଇଁ ଦେଖିବାକୁ ମିଳୁନି ପୁଅ କହିଲା ଯେ ସିଏ ଆଜି ସକାଳଠୁ କୁଆଡ଼େ ଯାଇଛି ଯେ ଆସିନି

ଲୋକାବାବୁ ଦାଣ୍ଡ ପିଣ୍ଢାରେ ବସିକି ଭାବିଲେ—  ଯୋଉ ଅତିଚତୁରପୁରକୁ ସିଏ ଭଲ ବୋଲି ଭାବୁଥିଲେ, ସେମାନେ ଶେଷରେ ଚୋରି କଲେ? ଯୋଉ ମହାଚତୁରପୁରର ସୁରକ୍ଷା ବିଭାଗକୁ ଏତେ ବିଶ୍ୱାସ କରୁଥିଲେ, ସେମାନେ ଶେଷରେ କାମରେ ଅତିଚତୁରପୁରକୁ ସାହାଯ୍ୟ କରିଲେ !

*** କଥାଟି ସମ୍ପୂର୍ଣ୍ଣ କାଳ୍ପନିକ ଯଦି କୌଣସି ଘଟଣା ସହିତ ସମାନତା ଦେଖିବାକୁ ମିଳେ, ତାହା କେବଳ ଏକ ସଞ୍ଜୋଗ ମାତ୍ର ***

ଆଶିଷ କୁମାର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶିଷ କୁମାର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।