You are currently viewing ପ୍ରାପ୍ତେଷୁ
ପ୍ରାପ୍ତେଷୁ

ପ୍ରାପ୍ତେଷୁ

ମୁଁ ସେଦିନ ଯାଇଥାଏ ଓଡ଼ିଶା ଷ୍ଟେଟ ଲାଇବ୍ରେରୀଯେତେବେଳେ ଖାଲି ସମୟ ପାଏ ମୁଁ ଚାଲିଆସେ ଏଠିକିସେଦିନ ସାମ୍ୟବାଦ ଉପରେ ଆଧାରିତ କାର୍ଲମାକ୍ସଙ୍କ ‘Das Capital’ ହିଟି ପଢ଼ିବାକୁ ଭାବିଲିହୁତ ଖୋଜା ଖୋଜି ପରେ ହିଟି ଆଣିଲେ ଲାଇବ୍ରେରୀ କର୍ମଚାରୀହି ନମ୍ୱର, ନାଁ, ମୋ ନାଁ ଦସ୍ତଖତ କରି ହିଟି ଆଣି ବସି ପଢ଼ିଲି ପାଖରେ ଥିବା ଟେବୁଲ ପାଖରେକିଛି ଲୋକ ମଧ୍ୟ ପଢ଼ୁଥାନ୍ତିମୁଁ ଆଣିଥିବା ହିଟି ହୁତ ପୁରୁଣା ଜଣା ପଡ଼ୁଥିଲାବୋଧେ ତିରିଶି ଚାଳିଶି ବର୍ଷ ପୁରୁଣା ହେବମୁଁ ହିଟିକୁ ଖୋଲି ପଢ଼ିବାକୁ ଲାଗିଲିକାହିଁକି କେଜାଣି ସେଦିନ ପଢ଼ିବାକୁ ମନ ଲାଗୁନଥିଲାହିର ଫର୍ଦ୍ଦ ମଧ୍ୟ ମୋ ମତି ଥିଲାପୁରୁଣା ଥିବାରୁ ଫର୍ଦ୍ଦରୁ ଫର୍ଦ୍ଦ ଅଲଗା କରିବା ସମୟରେ ସାବଧାନତାରେ କରିବାକୁ ପଡ଼ୁଥିଲାମୁଁ ହିର ପଛପଟକୁ ଲେଉଟାଇଲି ପଛପଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲିହିର ପଛପଟେ ମଲାଟରେ ଲାଗିଥିଲା ଗୋଟେ ଲଫାପା

ମୁଁ ହି ପଢ଼ା ବନ୍ଦ କରି ସେ ଲଫାପାରେ ଅଛି ଜାଣିବା ପାଇଁ ଚେଷ୍ଟା କଲିଲଫାପାର ଗୋଟେ କୋଣ୍ଟିକୁ ଅଠା ଦେଇ ହି ହିତ ଲଗେଇ ଦିଆଯାଇଥିଲାମୁଁ ଲଫାପାଟିକୁ କାଢ଼ି ଆଣିଲିଲଫାପାର ଗୋଟେ ପଟେ ଅସ୍ପଷ୍ଟ ଭାବେ ଲେଖାଥିଲା

ପ୍ରାପ୍ତେଷୁ,
ସୁଭଦ୍ରା ମହାନ୍ତି
ସା/ପୋ- ବଡ଼ ଆଙ୍କୁଲା, ସାକ୍ଷୀଗୋପାଳ
ପୁରୀ, ଓଡ଼ିଶା

ମୁଁ ପ୍ରାପ୍ତେଷୁ ଠିକଣାଟି ପଢ଼ିସାରି ଏକ ଭାଳେଣିରେ ପଡ଼ିଗଲି । କିଏ ସୁଭଦ୍ର ମହାନ୍ତି? ମୁଁ ନିରୂପାୟ । ଆମ ଘର କଥା ତମେ ତ ଜାଣିଛ । ଭାଇ ବାହାରେ ରହୁଥିବାରୁ ବାପାମାଆଙ୍କ କଥା ମୋତେ ବୁଝିବାକୁ ପଡ଼େ । ହେଲେ ତମକୁ ଏସବୁ ପସନ୍ଦ ଆସେନା । ଏମିତିକି ତମେ କ‌ହିଥିବା କଥାରେ ମୁଁ ଏକମତ ହୋଇପାରୁନାହିଁ । ମୁଁ ମୋ ବାପାମାଆଙ୍କୁ ଛାଡ଼ି ତମ ପାଖକୁ ଚାଲିଆସିବି, କାହିଁକି ନା ତମେ ମୋ ବାପାମାଆଙ୍କ ସେବା କରିବ ନାହିଁ ବୋଲି କ‌ହିଥିଲ । ହେଲେ ମୁଁ ତମ କଥାରେ ଏକମତ ହୋଇପାରୁନି । ତୁମେ ତ’ ଜାଣ ମୁଁ ତୁମକୁ କେତେ ଭଲପାଏ । ଯେମିତିକି ସୂର୍ଯ୍ୟ ଓ ପୃଥିବୀ ଭିତରେ ଦୂରତାକୁ କୌଣସି ଫିତା ମାପିପାରିବ ନାହିଁ, ସେମିତି ତମ ପାଇଁ ଥିବା ମୋ ଭିତରେ ଭଲପାଇବାକୁ କୌଣସି ଫିତା ମାପିପାରିବ ନାହିଁ । ନୂତନ ଚାକିରି ଆସିଥିବାରୁ ମୁଁ ପାରଳାଖେମୁଣ୍ଡି ଚାଲିଯାଉଛି । ମୋ ମତରେ ରାଜି ଥିଲେ ନୂଆ ଠିକଣାରେ ଚିଠି ଦେବ । ମୁଁ ଆଶାକରେ ତମେ ଏ ଚିଠିଟି ପଢ଼ି ମୋତେ ବୁଝିପାରିବ । ତୁମର ଅପେକ୍ଷାରେ ରହିଲି ।

ଇତି
ତୁମର ରାଜା
ଗୌରଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି

ଚିଠିଟି ପଢ଼ିସାରି ମୁଁ ଭାବବିଭୋର ହୋଇ ଉଠିଲିମୁଁ ଭାବିଲି କୌଣସି କାରଣରୁ ବୋଧେ ଚିଠିଟି ସଠିକ ଠିକଣାରେ ଞ୍ଚି ପାରିନିମୁଁ ସେ ଚିଠିଟିକୁ ଧରି ଲାଇବ୍ରେରୀରୁ ବାହାରି ଆସିଲି

ସବୁଦିନ ଭଳି ରାତି ଖାଇବା ଖାଇସାରିବା ପରେ ବସିଗଲି ଧାରାବାହିକ ଉପନ୍ୟାସ ଲେଖିବାରେକିନ୍ତୁ କାହିଁକି କେଜାଣି ମୁଁ ଲେଖିପାରିଲି ନାହିଁଆଜି ସକାଳେ ପାଇଥିବା ଚିଠିଟିର ପ୍ରତ୍ୟେକ ଶବ୍ଦ ମୋ ମସ୍ତିସ୍କ ଭିତରେ ଯେମିତି ଏକ ଝଡ଼ ସୃଷ୍ଟି କରୁଥିଲାରାତିରେ ମଧ୍ୟ ଠିକରେ ଶୋଇପାରିଲି ନାହିଁମୁଁ ଶୋଇରହି ଭାବିଲି; ସୁଭଦ୍ରା ମହାନ୍ତି ଚିଠିର କିଛିନା କିଛି ସମ୍ପର୍କ ସେହି ହି ସାଙ୍ଗରେ ନିଶ୍ଚୟ ଅଛିହେଲେ ସୁଭଦ୍ରା ମହାନ୍ତି ଏବେ ସେ ଚିଠିକୁ କେମିତି ପାଇବେ, ମୁଁ ସେ ଚିଠିକୁ ନେଇ ଆସିଲିଏମିତି ଚିନ୍ତିତ ଅବସ୍ଥାରେ ମୋତେ ନିଦ ଆସିଯାଇଥିଲାସକାଳୁ ମୁଁ ସେ ଚିଠିଟି ନେଇ ଚାଲିଲି ଷ୍ଟେଟ ଲାଇବ୍ରେରୀକୁ, ଭାବିଲି ହି ନମ୍ବରକୁ ଧରି ଲାଇବ୍ରେରୀ ରେଜିଷ୍ଟରରୁ ଜାଣିପାରିବି କି ସେ ହି ମୋ ପୂର୍ବରୁ ପଢ଼ିବାକୁ ଆଉ କିଏ ନେଇଛନ୍ତିହେଲେ ମୁଁ କେମିତି ଜାଣିବି? ଲାଇବ୍ରେରୀ ଷ୍ଟାଫ ମୋତେ ସେ ରେଜିଷ୍ଟର ଦେଖେଇବେ? କାହିଁକି ବା ଦେଖେଇବେ? ମୁଁ ହୁତ ହିବାପରେ ଲାଇବ୍ରେରୀର ପାଢ଼ୀବାବୁ ସେଦିନ ଅପରାହ୍ନରେ ମୋତେ ରେଜିଷ୍ଟର ଦେଖେଇଲେସେ ମୋ ଆଗରେ ଗୋଟେ ଗୋଟେ କରି ଦେଖିଚାଲିଲେପ୍ରାୟ ଦୁଇଘଣ୍ଟାଧରି ଆମେ ଦେଖିଲୁ ରେଜିଷ୍ଟରକୁଦିନ ପରେ ସପ୍ତାହ ମାସ ପରେ ମାସ ଦେଖିଯାଉଥିଲୁ

ଆମେ ଦଶବର୍ଷର ରେଜିଷ୍ଟର ଚେକ୍ କରିସାରିଲେଣି,” ବୋଲି ହିଲେ ପାଢ଼ୀବାବୁମୁଁ ଭାବୁଥିଲି ସେ ଚିଠିକୁ ଯିଏ ରଖିଛି ସେ ପଢ଼ିବା ପାଇଁ ହିଟିକୁ ନେଇଥିବଆଉ ରେଜିଷ୍ଟରରେ ତାନାଁ ନିଶ୍ଚୟ ଥିବପାଢ଼ୀବାବୁ ଦଶ ବର୍ଷର ରେଜିଷ୍ଟର ଦେଖେଇଲେଣି ହେଲେ ସେଥିରେ ନାହିଁବୋଧେ ଦଶବର୍ଷ ଆଗରୁ ତାହେଲେ ଆଉ କିଏ ହିଟି…. ଏମିତି ଭାବୁଥାଏପାଢ଼ୀବାବୁ ହିଲେ, “ମୁଁ ଭାବୁଛି ବୋଧେ ଆଉ ଖୋଜିବା ଭଲକାରଣ ଆଉ ପୁରୁଣା ରେଜିଷ୍ଟର କେଉଁଠି ଅଛି ମୁଁ ଜାଣିନି ।” ମୁଁ ପାଢ଼ୀବାବୁଙ୍କଠୁ ନିରାଶ ହୋଇ ଫେରିଲି ଘରକୁସାଙ୍ଗରେ ଥାଏ ସେଇ ପୁରୁଣା ଚିଠି ଭିତରେ ଦିନେ ଦୁଇଦିନ ହେଇଗଲାଣି

ମୁଁ ଭାବିଲି ଆଛା ମୋ ପାଖରେ ପ୍ରାପ୍ତେଷୁ ଠିକଣା ଅଛିଯଦି ସେଇ ଠିକଣାରେ ମୁଁ ଆଉଥରେ ସେଇ ଚିଠିଟିକୁ ପୋଷ୍ଟ ସାହାଯ୍ୟରେ ପଠେଇ ଦିଅନ୍ତି ତେବେ ଚିଠିଟି ସଠିକ ଠିକଣାରେ ଯାଇପାରନ୍ତାମୁଁ ବାହାରିଲି ପୋଷ୍ଟ ଅଫିସକୁପୋଷ୍ଟ ଅଫିସ ଆଗରେ ଞ୍ଚି ଦେଖିଲି ସମୟ ହୋଇ ଥିବାରୁ ପୋଷ୍ଟ ଅଫିସ ଖୋଲିନିମୋ ଜର ସେଇ ଲଫାପା ଉପରେ ପଡ଼ିଲା, ମୁଁ ପୁଣି ଭାବିବାକୁ ଲାଗିଲିଯଦି ପୋଷ୍ଟ ଦ୍ୱାରା ଏଇ ଚିଠିଟି ଠିକଣାରେ ଞ୍ଚିପାରିଥାନ୍ତା ତେବେ ମୋତେ ମିଳିନଥାନ୍ତାମୁଁ ଭାବିଲି ଚିଠିଟି ଯାଇ ଦେଇଆସିବି ପ୍ରାପ୍ତେଷୁଙ୍କୁକାଲି ରବିବାର କିଛି କାମ ବି ନାହିଁବାହାରିଲି ସାକ୍ଷୀଗୋପାଳଦିନ ଏଗାରଟା ବାଜି ଯାଇଥିଲା ମୋତେ ସାକ୍ଷୀଗୋପାଳରେ ଞ୍ଚିବାକୁମୁଁ ଯାଇ କିଛି ଲୋକଙ୍କୁ ପଚାରିଲି ସେଇ ଠିକଣା ବାବଦରେ କିନ୍ତୁ ଉତ୍ତର ପାଇଲି ନାହିଁହୁତ ଖୋଜିବୁଲିଲି ସୁଭଦ୍ରା ମହାନ୍ତିଙ୍କୁଜଣେ ବୁଢ଼ାଲୋକ ଦେଖି ପଚାରିଲି, “ଆଜ୍ଞା, ଏଠି କିଏ ସୁଭଦ୍ରା ମହାନ୍ତି ବୋଲି ଅଛନ୍ତି କି?” ସେ ବୁଢ଼ା ଲୋକଟି ମୋତେ ପ୍ରଶ୍ନିଳ ଆଖିରେ ଚାହିଁରହିଲେମୁଁ ପୁଣି ପ୍ରଶ୍ନ କଲି, “ଆଜ୍ଞା କିଛି ହିଲେନି ଯେ?” ସେ ହିଲେ, “ନା ବାବା ମୁଁ ଜାଣିନି ।” ମୁଁ ଆଗକୁ ଚାଲିଲିବୁଲିପଡ଼ି କିଛିବାଟ ଯାଇଛି କି ନାହିଁ ସେ ମୋତେ ଡାକିଲେ ପଛରୁମୁଁ ତାଙ୍କ ପାଖକୁ ଯିବାରୁ ସେ ମୋତେ ହିଲେ, “ବାବା ସୁଭଦ୍ରା ଆଉ ଏଠି ରହୁନି କି ଆଉ ଆସୁନିସେ ଭୁବନେଶ୍ୱରରେ ଗୋଟେ ବୃଦ୍ଧାଶ୍ରମ କରିଛି ଆଉ ସେଇଠି ରହୁଛି ।” ମୁଁ ତତ୍ପର ହୋଇ ପଚାରିଲି, “ସେ ବୃଦ୍ଧାଶ୍ରମର ନାଁ?” ସେ ହିଲେ, “ନା ମୁଁ ଜାଣିନି ।” ଏତକ ହିଦେଇ ସେ ଆଗେଇଗଲେମୁଁ ଭୁବନେଶ୍ୱର ଫେରି ଆସିଲିବୃଦ୍ଧାଶ୍ରମ ଯାଇ ଖୋଜିବାରେ ଲାଗିଲି ସୁଭଦ୍ରାଙ୍କୁକିନ୍ତୁ ମୁଁ ଅସଫଳ ହେଲି ଖୋଜିବାରେ

ଭିତରେ ମାସେ ବିତିଗଲାଣିଭୁବନେଶ୍ୱର କଳ୍ପନାରେ ଥିବା ବୃଦ୍ଧାଶ୍ରମ ବିଷୟରେ ମୋର ଜଣେ ବନ୍ଧୁ ମୋତେ ଜଣେଇଲେସେ ବୃଦ୍ଧାଶ୍ରମର ନାଁ ଥିଲା ସୁଭଦ୍ରା ବୃଦ୍ଧାଶ୍ରମସୁଭଦ୍ରା ବୃଦ୍ଧାଶ୍ରମ ନାଆଁଟା ଟାଣି ନେଲା ସେଇ ବୃଦ୍ଧାଶ୍ରମ ପାଖକୁସାର୍ଟ ପକେଟରେ ସେଇ ପୁରୁଣା ଚିଠିମୁଁ ଯାଇ ଜଣେ କର୍ମଚାରୀଙ୍କ କଥା ହେବା ପରେ ଜାଣିବାକୁ ପାଇଲି ଯେ, ସୁଭଦ୍ରା ହେଉଛନ୍ତି ବୃଦ୍ଧାଶ୍ରମର ପରିଚାଳିକାତାଙ୍କ ଅଫିସରେ ପ୍ରାୟ ମୁଁ ସୁଭଦ୍ରାଙ୍କୁ ଅପେକ୍ଷା କରିଥାଏଅପେକ୍ଷାର ଅନ୍ତ ଘଟାଇ ପ୍ରାୟ ଅଧଘଣ୍ଟା ପରେ ଆସିଲେ ସେମୁଁ ତାଙ୍କୁ ଦେଖି ପଚାରିଲି, “ସୁଭଦ୍ରା ମହାନ୍ତିଙ୍କ ମୋର ଟିକେ କଥା ଥିଲା ଆପଣ ଯଦି…. ।” ମୋର କଥା ନସରୁଣୁ ସେ ହିଲେ, “ମୁଁ ସୁଭଦ୍ରା ମହାନ୍ତି କଥା ଥିଲା କୁହନ୍ତୁ?”

ଏକଥା ଶୁଣି ମୁଁ ହଡ଼ବଡ଼ ହୋଇ ଯାଇଥିଲିକାରଣ ମୋ ଆଗରେ ବସିଥିଲେ ଜଣେ ଷାଠିଏ ପଞ୍ଚଷଠି ବର୍ଷର ହିଳାମୁଁ କିଛି ହିପାରୁନଥିଲିଧୀର ସ୍ୱରରେ ମୁଁ ତାଙ୍କୁ ପ୍ରଶ୍ନ କଲି, “ଆପଣଙ୍କ ଘର ସାକ୍ଷୀଗୋପାଳରେ କି?” ସେ ହିଲେ, “ହଁ ! ତେବେ ଆପଣ କେମିତି ଜାଣିଲେ ଯେ ମୋ ଘର ସାକ୍ଷୀଗୋପାଳରେ ବୋଲି?” ମୁଁ ତାଙ୍କୁ କେମିତି, କେଉଁଠୁ କିପରି ହିବି ବୋଲି ବୁଝିପାରୁନଥିଲିସେ ପୁଣି ପ୍ରଶ୍ନ କଲେ, “କିଛି ହିଲେନି ଯେ?” ମୁଁ ସାର୍ଟ ପକେଟରୁ ସେଇ ଚିଠିଟି କାଢ଼ି ବଢ଼େଇଦେଲି ତାଙ୍କ ହାତକୁସେ ଲଫାପାକୁ ଦେଖି ମୋତେ ଚାହିଁଲେ ଚିଠିଟି ପଢ଼ିବାକୁ ଲାଗିଲେମୁଁ ତାଙ୍କୁ ଦେଖୁଥାଏଚିଠିଟି ପଢ଼ିସାରିବା ପରେ ତାଙ୍କ ଆଖିରୁ ହିଗଲା ଦୁଇ ଧାର ଲୁହନିଜ ଲୁହକୁ ନିଜେ ପୋଛି ସେ ମୋତେ ପଚାରିଲେ, “ଆପଣ ଚିଠି କେଉଁଠୁ ପାଇଲେ?” ମୁଁ ହିଲି, “ଷ୍ଟେଟ ଲାଇବ୍ରରୀର କାର୍ଲମାକ୍ସଙ୍କ ‘Das Capital’ ହିରୁ ପାଇଲିଚିଠିଟି ହିର…. ।” ମୋ କଥା ନସରୁଣୁ ସେ ହିଥିଲେ, “ଚିଠିଟି ହିର ପଛପଟ ମଲାଟରେ ଗୋଟେ କୋଣରେ ଲାଗିଥିବଚାଳିଶି ବର୍ଷ ତଳର ଘଟଣାମୁଁ ସୁରେଶ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲୁନୂଆ କରି ଡେଣା ଲାଗିଥିବା ପ୍ରଜାପତି ଭଳି ମଉଜ ମଜଲିସ କରିବାର ସମୟକୁ ଆମେ ମଧ୍ୟ ଉପଭୋଗ କରିବାମୁଁ ତୁମର ବୃଦ୍ଧ, ବ୍ୟାଧିଗ୍ରସ୍ତ ପିତାଙ୍କର ସେବା କରିପାରିବି ନାହିଁତୁମେ ତୁମର ରୋଗ ବ୍ୟାଧିଗ୍ରସ୍ତ ପିତାଙ୍କୁ ଛାଡ଼ି ମୋ ପାଖକୁ ଚାଲିଆସତୁମର ମାଆ ଅଛନ୍ତି ତୁମ ପିତାଙ୍କ ସେବା କରିବା ପାଇଁସେ ମନା କରିଥିଲେମୁଁ ଥିଲି ଧନ୍ୟାଡ୍ୟ ପିତାଙ୍କର ଏକମାତ୍ର କନ୍ୟାବିଶ୍ୱବିଦ୍ୟାଳୟରେ ମୁଁ ପିନ୍ଧୁଥିଲି ସବୁଠୁ ଦାମୀ ପୋଷାକଧନ ଅହମିକାରେ ମୁଁ ଅନ୍ଧ ହୋଇଯାଇଥିଲିଆବଶ୍ୟକ ହେଲେ ତାଙ୍କ ବାପାଙ୍କ ପାଇଁ ମୁଁ ପରିଚାରିକା ଯୋଗାଇଦେବି ବୋଲି ପ୍ରସ୍ତାବ ଦେଇଥିଲିହେଲେ ବାପାଙ୍କର ସେବା ଶୁଶ୍ରୁସାହା କରିବା ଦ୍ୱାରା ସେ ରୋଗମୁକ୍ତ ହୋଇଯିବେ ବୋଲି ସୁରେଶ ହିଥିଲେ ।”

ଏମିତି କଥାକଟିରେ ଆମ ଭଲପାଇବା ଆଗେଇ ଚାଲିଥିଲାହଠାତ ସୁରେଶ ଭୁବନେଶ୍ୱରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେକୁଜଙ୍ଗର ଅଖ୍ୟାତ ପଲ୍ଲୀରେ ସୁରେଶଙ୍କୁ ଖୋଜିବା ମୋ ପକ୍ଷେ ସମ୍ଭବ ନଥିଲାସୁରେଶଙ୍କ ଅନୁପସ୍ଥିତି ମୋତେ ବାଧିଥିଲାମୁଁ ଲାଇବ୍ରେରୀ ଆଉ ଗଲିନିଯଦି ଚିଠିଟି ମୋତେ ମିଳିଯାଇଥାନ୍ତା…….” ହି ଛୋଟ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଉଠିଲେ ସୁଭଦ୍ରା ଦେବୀକାନ୍ଦି କାନ୍ଦି ସେ ଚାଲିଗଲେ ଝରକା ପଖକୁକିଛି ସମୟ ଝରକା ପାଖେ ଛିଡ଼ା ହୋଇ ସେ ଫେରିଲେ ତାଙ୍କ ଚୌକିକୁମୁଁ ତାଙ୍କ ଆଗରେ ପ୍ରସ୍ତାବ ରଖି ହିଲି, “ଯଦି ଆପଣ ହିବେ ପାରଳାଖେମୁଣ୍ଡି ଯାଇ ତାଙ୍କୁ ଖୋଜିବା କି?” ଧୀର ସ୍ୱରରେ ସେ ହିଥିଲେ, ” ମୋ ଜୀବନକୁ ଭପଭୋଗ କରିବାର ଲାଳସା ଆଉ ମୋର ନାହିଁଚିରିଯାଇଥିବା କ୍ୟାଲେଣ୍ଡରକୁ ଯୋଡ଼ି ଦିଆଯାଇପାରେ, କିନ୍ତୁ ବତି ଯାଇଥିବା ସେ ସମୟକୁ ଫେରେଇ ଆଣିହେବ ନାହିଁବିତି ଯାଇଥିବା ସେହି ସ୍ମୃତି ସେମିତି ସ୍ମୃତି ହୋଇଥାଉମୁଁ ବୃଦ୍ଧାଶ୍ରମର ତ୍ୱାବାରିକା ଭାବେ ସେବା କରୁଛି ବୃଦ୍ଧମାନଙ୍କରସେମାନଙ୍କ ଭିତରେ ମୁଁ ସୁରେଶଙ୍କ ବାପାଙ୍କୁ ଦେଖୁଛି ।”

ମୁଁ ପ୍ରଣାମ କରି ଫେରୁଥିଲି ସୁଭଦ୍ରା ବୃଦ୍ଧାଶ୍ରମରୁ

ରାଧାକାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଧାକାନ୍ତ ଦାଶ ଜଣେ ଚିତ୍ରକର ଏବଂ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗଳ୍ପ ସତ୍ୟବାଦୀ ଭଳି ବଡ଼ ବଡ଼ ପତ୍ରିକାରେ ସ୍ଥାନିତ ହୋଇଛି ।