ଅପରାଜିତା
ଝର୍କା ଖୋଲିଦେଲେ ଦେଖାଯାଏ ଧାଡ଼ି କି ଧାଡ଼ି ଘର । ଘର ଉପରେ ଛନ୍ଦାଛନ୍ଦି ହୋଇ ଯାଇଥିବା ଇଲେକ୍ଟ୍ରି ତାର ସବୁ । ଦେଖାଯାଏ ବି ଅନତିଦୂରରେ ଛିଡ଼ା ହୋଇଥିବା ସେ କୃଷ୍ଣଚୂଡ଼ା ଗଛଟି, ଯାହା ଅପ୍ରେଲର ଡହଡ଼ହ ଖରାରେ ବି ଖୁବ ଚମକୁଥାଏ ଯେମିତି ଏବେ ବି ଚମକେ ବୋଉ ମଥାର ସିନ୍ଦୂର ଆଉ ବାପାଙ୍କ ସୁନ୍ଦର ମୁହଁରେ ସେ ପରିତୃପ୍ତିର ହସ ଯାହାକୁ ଦୂରରେ ଥାଇ ଖୁବ୍ ଝୁରେ ସାଗରିକା । ମାଆ ମଥାର ସେ ଆଠଣିକିଆ ସିନ୍ଦୂର…

