You are currently viewing ପଦ୍ମିନୀ ରାଉତଙ୍କ ଆଳାପ ସହ ଶୁଭପଲ୍ଲବର ୨୧ଶ ସଂସ୍କରଣ ଉନ୍ମୋଚିତ
ପଦ୍ମିନୀ ରାଉତଙ୍କ ଆଳାପ ସହ ଶୁଭପଲ୍ଲବର ୨୧ଶ ସଂସ୍କରଣ ଉନ୍ମୋଚିତ

ପଦ୍ମିନୀ ରାଉତଙ୍କ ଆଳାପ ସହ ଶୁଭପଲ୍ଲବର ୨୧ଶ ସଂସ୍କରଣ ଉନ୍ମୋଚିତ

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୧ଶ ସଂସ୍କରଣ ଗତ ଡିସେମ୍ବର ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ଆସନ୍ତା ନୂଆବର୍ଷରେ ତିନିବର୍ଷ ପୂରଣ କରିବାକୁ ଯାଉଥିବା ଶୁଭପଲ୍ଲବର ଏହି ସଂସ୍କରଣରେ ସ୍ଥାନ ପାଇଛି ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତଙ୍କ ସ୍ୱତନ୍ତ୍ର ସାକ୍ଷାତକାର, ଯେଉଁଥିରେ ସେ ତାଙ୍କର ପ୍ରାରମ୍ଭିକ ଜୀବନର ଅନୁଭୂତିରୁ ଆରମ୍ଭ କରି ପ୍ରଥମ ମ୍ୟାଚ୍, ପସନ୍ଦର ନାପସନ୍ଦ ବିଷୟରେ ଜଣାଇଛନ୍ତି କିଛି କଥା ।

୨୩ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in ଏବଂ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି ।

  • Yugabda Portal: ଶୁଭପଲ୍ଳବର ୨୧ଶ ସଂସ୍କରଣ ଉନ୍ମୋଚିତ – OriginalArchived

 

English Newsletter –

Shubhapallaba 21st edition released featuring International Chess Player Padmini Rout

Bhadrak: Online Odia e-magazine Shubhapallaba has released its 21st issue on the 1st December featuring International Chess Player Padmini Rout, where Padmini answered some questions of Sangram Keshari Senapati about her personal life as well as professional life.

A total of 25 Odia articles including stories, poems, cooking tips, photo stories of different authors of Odisha placed in this edition. Tapas Ranjan and Sangram Senapati have edited the articles and graphic designer Sambeet Das has designed the cover photo. The cover of this edition shows the winter scene in a village and the editorial is also based on the winter stories of old and present days.

  • Shubhapallaba 21st edition released featuring International Chess Player Padmini Rout – OriginalArchived

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।