You are currently viewing ମୁଖା
ମୁଖା

ମୁଖା

ହସ ହସ ମୁହଁ ପଛରେ
ଥାଏ ଅନେକ ଦୁଃଖର କାହାଣୀ,
ହସର ମୁଖାଦ୍ୱାରା ଆଦୃତ କରି
ଦୁନିଆ ଆଗରେ ପରସା ଯାଏ,
ପ୍ରସାଧନ ସାମଗ୍ରୀର ବହଳ ପରସ୍ତରେ
ଲୁଚାଯାଏ ବ୍ୟଥାର ଚିତ୍କାର,
ଆଖି ବି ଶୁଆଇଦେଇ ତା’ ଭିତରେ
ଲୁହ ସବୁକୁ ଦିଏ ଭିନ୍ନ ଏକ ଚାହାଣି…

ଚିକମିକ ଆଲୁଆର ଦୁନିଆରେ
କାହାର ବା ସମୟ ଅଛି,
ଦୁଃଖର ଗଭୀରତାକୁ
ମାପିବାକୁ କିଏ ବା ନିଜର ଅଛି,
ଦୁଃଖକୁ ପ୍ରକାଶ କରି
ମିଛ ସମବେଦନା
ପାଇବଟା ବି ମୂର୍ଖାମୀ,
ସେଥିପାଇଁ ତ ପିନ୍ଧିବାକୁ ପଡ଼େ
ହସର ବୁର୍ଖା….

ଦୁନିଆଠୁ ଲୁଚେଇବାକୁ
ଗୋଟେ ସୁନ୍ଦର ସାମଗ୍ରୀ “ମୁଖା”,
ମୁଖା ଭିତର ଆଉ ବାହାର
ଦୁନିଆ ସମ୍ପୂର୍ଣ୍ଣ ବିପରୀତ,
ମୁଖା ପଛର ମୁଖଟି
ଖୁବ ଯନ୍ତ୍ରଣା ଦାୟକ,
ମୁଖା ପିନ୍ଧା ଯାଏନି ଅନ୍ୟକୁ
କରିବା ପାଇଁ ଭ୍ରମିତ,
ବରଂ ପିନ୍ଧାଯାଏ “ଦୁଃଖ”କୁ
କରିବାପାଇଁ ଚିନ୍ତିତ ।

– ପ୍ରିୟଦର୍ଶିନୀ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରିୟଦର୍ଶିନୀ ମହାନ୍ତି ଜଣେ ଓଡ଼ିଆ ଲେଖିକା । ସେ ଜଣେ ଶିଖୟିତ୍ରୀ ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର ଅନେକ ଭଲ ପାଇବା ରହିଛି । ସେ ମୁଖ୍ୟତଃ ସାମାଜିକ କବିତା ଆଦି ରଚନା କରନ୍ତି ।