You are currently viewing ତୁମ ବିନା
Odia Poem Tuma Bina (ତୁମ ବିନା) by Debabarata Barik

ତୁମ ବିନା

ତୁମ ବିନା…
ମୋର ସବୁ ସ୍ୱପ୍ନ
ରଙ୍ଗହୀନ ଇନ୍ଦ୍ରଧନୁ ପରି,
ଖରାହୀନ ଦିନ ପରି
ତାରା ଶୂନ୍ୟ ରାତି ପରି ।

ତୁମ ବିନା…
ଏ ଜୀବନ ସ୍ରୋତ
ତରଙ୍ଗ ହୀନ ସମୁଦ୍ର ପରି
ଜୁଆର ହୀନ ନଈ ପରି
ବାଲିଶୂନ୍ୟ ବେଳାଭୂମି ପରି ।

ତୁମ ବିନା…
ମୋର ଅସ୍ତିତ୍ୱ
ଫୁଲ ହୀନ ଫଗୁଣ ପରି
ତୁଷାର ହୀନ ଶୀତ ପରି
ପତ୍ର ଶୂନ୍ୟ ବୃକ୍ଷ ପରି ।

– ଦେବବ୍ରତ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।