You are currently viewing ଜୟ ମା’ ଦୁର୍ଗା
ଜୟ ମା' ଦୁର୍ଗା

ଜୟ ମା’ ଦୁର୍ଗା

ମହିଷା ମର୍ଦ୍ଦିନୀ ଦୁଷ୍ଟ ନିବାରିଣୀ
ଅବତରି ଆସ ମା,
ସିଂହ ବାହିନୀ ଦୁର୍ଗତି ନଶିନୀ
ସକଳ ଜନଙ୍କ ମା’ ।

ସଙ୍କଟ ହାରିଣୀ ତୁହି ମା’ ଜନନୀ
ଦୁଷ୍ଟକୁ କଲ ନିପାତ
ତ୍ରାହି ତ୍ରାହି ଧରା ଡାକିଲା ଯେବେ
ଉଦ୍ଧାର କଲ ଜଗତ ।

ହସେ ଏ ପୃଥିବୀ ତୁମ୍ଭ ଆଗମନେ
କାଶତଣ୍ଡୀ ଗାଏ ଗୀତ
ଆଶ୍ୱିନ ମାସରେ ଘରେ ଓ ମଣ୍ଡପେ
ପୂଜା କରେ ଏ ଜଗତ ।

ଆବାହନ କରେ ଭକତ ମା’ଙ୍କୁ
ଦଶଭୂଜା ହୁଅ ଉଭା,
ଶକ୍ତି ସ୍ୱରୂପିଣି ସୁଖ ପ୍ରଦାୟିନୀ
ତୁମେ ମା’ ପୂର୍ଣ୍ଣ ଗର୍ଭା ।

ତୁମ ଆଗମନେ ନାଚେ ଏ ଧରା
ନାଚେ ଭକ୍ତଙ୍କ ମନ
ଅବତରି ଆସି ଏ ଧରା ଧାମରେ
ନାଶ ହେ ମା’ ଦୁଷ୍ଟ ଜନ ।

ଅଧର୍ମକୁ ନାଶି ତୁମେ ମା’ ଶକ୍ତି
ଧର୍ମ କର ସଂସ୍ଥାପନ
ଜୟ ଜଗଦମ୍ବେ ବିନାଶି ପାପକୁ
ପୂଣ୍ୟର କର ସ୍ଥାପନ ।

– ରଶ୍ମୀ ବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।