You are currently viewing ଗର୍ଭରୁ ଆସୁଛି ଅଳି
ଗର୍ଭରୁ ଆସୁଛି ଅଳି

ଗର୍ଭରୁ ଆସୁଛି ଅଳି

ନା ଅନ୍ଧାରରେ ମରିବାକୁ ଚାହେଁନା
ମୁଁ ଦୁନିଆକୁ ଦେଖିବି,
ଡଷ୍ଟବିନ୍‌ରେ ପଡ଼ିବାକୁ ଚାହେଁନା
ଘରେ ଟିକିଏ ରହିବି,
କେବେ ଅନାଥ ହେବାକୁ ମୁଁ ଚାହେଁନା
ତମ ସ୍ନେହ ଟିକେ ନେବି,
ହେ ମାଆ ଟିକିଏ ସୁଯୋଗ ଦେ ମୋତେ,
ମୁଁ ଦୁନିଆକୁ ଦେଖିବି ।

କୁନିପାଦ ରେ ଧରଣୀ ରେ ନାଚିବି
ମୁଁ ମିଠା ଗୀତ ଗାଇବି,
କଠିନ ପରିଶ୍ରମ କରି ପଢ଼ିବି
ବଡ଼ ମଣିଷଟେ ହେବି,
ହେ ମାଆ ଟିକିଏ ସୁଯୋଗ ଦେ ମୋତେ
ମୁଁ ଦୁନିଆକୁ ଦେଖିବି ।

ମୋ ଭିତରେ ଅଛି ଅଦମ୍ୟ ସାହସ
ପଥର ଭାଙ୍ଗି ପାରିବି,
ପୁଅଠୁ କୌଣସି ଗୁଣରେ କମ୍ ନୁହେଁ
ପୁଅଠୁ ଆଗକୁ ଯିବି,
ହେ ମାଆ ଟିକିଏ ସୁଯୋଗ ଦେ ମୋତେ
ମୁଁ ଦୁନିଆକୁ ଦେଖିବି ।

ତମ ଦୁଃଖ କଷ୍ଟ କୁ ଆପଣା କରି
ଆଖିରୁ ଲୁହ ପୋଛିବି,
ସବୁବେଳେ ଭଲ ଭଲ କାମକରି
ତମ ନାଁ ଟେକ ରଖିବି ।
ହେ ମାଆ ଟିକିଏ ସୁଯୋଗ ଦେ ମୋତେ
ମୁଁ ଦୁନିଆକୁ ଦେଖିବି ।

– ଗଣେଶ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗଣେଶ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।