ନିରିହ ଝରଣାଟିଏ ଅବିରତ ଝରୁଥାଏ ନଦୀରେ ମିଶିବା ପାଇଁ,
ହେଲେ ନିଷ୍ଠୁର ନଦୀ ଧାଉଁଥାଏ ସାଗର ସହ ମିଶିବା ପାଇଁ ।
ଏ କେମିତିକା ପ୍ରେମ ଜଣେ ଜଣଙ୍କ ପାଇଁ ବ୍ୟାକୁଳ ହୋଇ ସର୍ବହରା ହୁଏ,
କିନ୍ତୁ ସେ ଆଉ କାହା ମଧୁଶଯ୍ୟାର ସାଥିହୁଏ ।
ଶାଶ୍ୱତ ପ୍ରେମର ଠିକଣା ଏଠି ଅଜଣା,
ପ୍ରତାରକ ମଣିଷ, ସାମାନ୍ୟ ରୂପ ପାଇଁ ବାଟବଣା ।
ଆଜି ନୁହେଁ କାଲି ପ୍ରେମକୁ କିଏ ଚିହ୍ନେନା,
ଏଠି ଶରୀର ସୌନ୍ଦଯ୍ୟ ପାଇଁ ସବୁ ପଥବଣା ।
– ପ୍ରମୋଦ କୁମାର ବିଶ୍ୱାଳ