You are currently viewing ହୃଦୟ କାଗଜ
ହୃଦୟ କାଗଜ

ହୃଦୟ କାଗଜ

ହୃଦୟ ଭିତରେ ସାଇତି ରଖିଛି ପ୍ରିୟା ତମସାଥେ ବିତିଥିବା ଅଭୁଲା ସ୍ମୃତିର ହସ୍ତାକ୍ଷର,
ନିଜକୁ ବୁଝିବା କୁ ଚାହିଁ ବୁଝିପାରେ ନାହିଁ ତୁମପାଇଁ ବ୍ୟାକୁଳିତ ମନମୋର ।

ଜହ୍ନ ଆଲୋକରେ ଲୁଚୁ ଲୁଚି ଜୋସ୍ନାରେ ଭିଜେ ପାଗଳାମି ମନମୋର ଅସ୍ତବ୍ୟସ୍ତ,
କବି ନୁହେଁ ନା ମୁଁ ଲେଖକ ତୋପାଇଁ ଆଜିଲେଖେ କାବ୍ୟତୀର୍ଥ ।

କେତେ ଯେ ସପନ ଭରିଗଲୁ ଏଆଖିରେ ମୋର,
ଗାୟକ ନହୋଇବି ତୁମପାଇଁ ଗାୟକ ସାଜି ଗାଉଛି ରାଗ ମଲ୍ଲାହାର ।

ନୀଳିମା ଆକାଶେ ତାରାମେଳ ଦେଖି ଇଛାହୁଏ ଜହ୍ନ ରାଇଜରେ ତୋଳିବାକୁ ନଅଁର,
ସତକୁ ବୁଝିଲେ ମନ ଭାଙ୍ଗିଯାଏ ତମେ ଏକ ଅଭିମାନୀ ଝରଣା ସ୍ରୋତ ର ସ୍ୱର ।

ପ୍ରମୋଦ କୁମାର ବିଶ୍ୱାଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରମୋଦ କୁମାର ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।