You are currently viewing ପ୍ରେମିକା
ପ୍ରେମିକା

ପ୍ରେମିକା

ଟ୍ରେନ ତା ଗତି ବଢ଼ାଇବାକୁ ଉଦ୍ୟତ ହେବାବେଳେ ଧଇଁସଇଁ ହୋଇ ରୁଦ୍ର ଟ୍ରେନ ଭିତରକୁ ପ୍ରେବେଶ କରିଥିଲାହୁତ ଦିନ ପରେ ଘରକୁ ଯିବା ପାଇଁ ଛୁଟି ମିଳିଛିବିଗତ ଛଅ ବର୍ଷ ହେବ ଭାରତୀୟ ସେନା ବାହିନୀର ଜଣେ ସୈନିକ ଭାବେ ମାତୃଭୂମି ପାଇଁ ସେବା କରିଆସୁଛି ରୁଦ୍ରଟ୍ରେନ ଭିତରେ ବସିବା ପାଇଁ ଜାଗାଟିଏ ଖୋଜୁଖୋଜୁ ଏକ ଚିହ୍ନା ମୁହଁକୁ ଆବିଷ୍କାର କରିଥିଲା ସେସେଇ ଆଖି, ସେଇ ନିଆ କେଶହଁଇଏ ସେଇ ଝିଅ, ଯାହାକୁ ରୁଦ୍ର ନିଜଠୁ ଅଧିକ ଭଲ ପାଉଥିଲା, ମାତ୍ର ମୁହଁ ଖୋଲି ହିପାରିନଥିଲାପୂର୍ବ କଥା ମନେ ପକଉ କଉ ସେ ଅଜାଣତରେ ମୀନାବୋଲି ଡାକିସାରିଥିଲାଅଜଣା ଭିଡ଼ରୁ ନିଜ ନାଁ ଶୁଣି ମୀନା ସାମାନ୍ୟ ବ୍ୟସ୍ତ ହୋଇ ଯେବେ ସାମ୍ନାକୁ ଦେଖିଲା, ପୁରୁଣା ସ୍ମୃତିସବୁ ଆଖିରେ ନାଚି ଉଠିଲା

ରୁଦ୍ରର ମନ କଥା ଜାଣି ମଧ୍ୟ ପାରିବାରିକ ସମସ୍ୟା ଯୋଗୁଁ ସେ ଜାଣିବାର ଅଭିନୟ କରିଥିଲାଦୁହେଁ ଏବେ ପରସ୍ପର ସାମ୍ନାରେ ଥିଲେଦୁହିଁଙ୍କ ଆଖିରେ ଥିଲା କାହିଁ କେତେ ଯେ ପ୍ରଶ୍ନବୋଧହୁଏ ନିଜ ନିଜର ପ୍ରଶ୍ନକୁ ବିନା ଭାଷାରେ ବୁଝିସାରିଥିଲେରୁଦ୍ର କିନ୍ତୁ ଆଉ ଚୁପ୍ ରହିପାରିଲାନିନିଜ ମନ କଥା ମୀନାକୁ ହିଦେବ ବୋଲି ମନସ୍ଥ କଲାଠିକ୍ ସେତିକିବେଳେ ଟଏଲେଟ୍ ରୁମ୍ରୁ ୫ବର୍ଷର ପୁଅ ଶୁଭମ ଆସି ମାମାହି ମୀନା କୋଳକୁ ଆଉଜି ଆସିଥିଲାରୁଦ୍ର ସବୁ ବୁଝିପାରିଥିଲାସେତେବେଳେ ମୀନା ନିଜର ଦୁଃଖଦ କାହାଣୀ ଶୁଣେଇଥିଲା ଯେ ରୁଦ୍ର ହର ଛାଡ଼ି ଯିବା ପରେ ପ୍ରତିକୂଳ ପରିସ୍ଥିତିରେ ତା ବିବାହ ସ୍ୱାମୀଙ୍କ ଅକାଳ ବିୟୋଗ ।… ଥାପି ରୁଦ୍ର ମନରେ ମୀନା ପାଇଁ ଭଲପାଇବା କମିଯାଇନଥିଲାସେ ମୀନାର ପୁଅ ଶୁଭମକୁ ନିଜ କୋଳକୁ ନେଇଆସିଲାମୀନା ମଧ୍ୟ ମୌନରେ ତା ହଁ ଭରିସାରିଥିଲା ।….

ଟ୍ରେନ ଚାଲୁଥାଏବୋଧେ ଦୁଇଜଣ ପଥିକଙ୍କ ରାସ୍ତା ସମାନ ହୋଇଯାଇଥିଲା

ସସ୍ମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।