You are currently viewing ପୁସ୍ତକ ସମୀକ୍ଷା: ଆକାଂକ୍ଷିତ ସନ୍ଧ୍ୟାଟିଏ
Akankshita Sandhyatie Book Review by Soumya Ranjan Pal

ପୁସ୍ତକ ସମୀକ୍ଷା: ଆକାଂକ୍ଷିତ ସନ୍ଧ୍ୟାଟିଏ

ଆକାଂକ୍ଷିତ ସନ୍ଧ୍ୟାଟିଏ ହେଉଛି ଡ. ତୃପ୍ତିରଞ୍ଜନ ଦାସଙ୍କ ରଚିତ ପ୍ରଥମ କବିତା ସଂକଳନ, ଯାହାକି ଶାନ୍ତିସେନା ପ୍ରକାଶନ ଦ୍ୱାରା ପ୍ରକାଶ ପାଇଥିଲା । ପ୍ରଥମ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଥିଲା, ମାତ୍ର କେଇଟା ଦିନରେ ସମସ୍ତ ପୁସ୍ତକ ବିକ୍ରି ହୋଇଯାଇଥିଲା, ଯେଉଁଥିପାଇଁ ଆମକୁ ମିଳିବାକୁ ଏତେ ସମୟ ଲାଗିଗଲା ।

କିଛି ଏମିତି ଆରମ୍ଭ ହଉ ସମ୍ପର୍କ, ଯେଉଁଠି ଆବେଗର ପ୍ରଭାବରେ ପାଦ ଅତିଶୟ ଚଞ୍ଚଳ ନହଉ । ସହସ୍ର ଭାବନାର ଭିଡ଼ରେ, କଳ୍ପନାର ଚଳଚ୍ଚିତ୍ର ବାସ୍ତବକୁ ଆଖିରେ ରଖି ହିଁ ତିଆରି ହଉ । ଖିଆଲିପଣ ଭିତରେ କିଛିଟା ପରିପକ୍ୱତା ରହୁ । ଏତେ ମାତ୍ରାରେ ଭୟ ନରହୁ ଯେମିତି ହତ୍ୟା ଆରୋପରେ ଦୋଷୀଟିଏ ଦଣ୍ଡ ପ୍ରାପ୍ତିର ଠିକ ପୂର୍ବ ଅବସ୍ଥାରେ ଦଣ୍ଡାୟମାନ । ଖାଲି ଟିକିଏ ବିଶ୍ୱାସ, ଟିକିଏ ଅଧିକାରବୋଧ, ଟିକିଏ ପିଲାଳିଆମୀ, ଟିକିଏ ଚଗଲାମୀ, ଟିକିଏ ଦାୟିତ୍ୱବୋଧ, ଆଉ ବାହୁବନ୍ଧନରେ ଜାବୁଡ଼ି ଧରିବାଠୁଁ ଆରମ୍ଭ କରି ପାପୁଲି ଉପରେ ପାପୁଲିକୁ ଥୋଇ ଶକ୍ତ ଭାବରେ ହାତକୁ ହାତ ଧରିରଖିବାର ସଚ୍ଚୋଟପଣ ଟିକେ ରହୁ ବାସ୍ତବକୁ ସାମ୍ନା କରିବାର ସାହସ ରଖି । ବାସ, ପ୍ରେମକୁ ମଥାର ସେ ଛୋଟ ବିନ୍ଦିର ପରିସରେ ଖୋଜି ପାଇଗଲେ ଆଉ ବିଶେଷ କିଛି ଲୋଡ଼ାନାହିଁ ବୋଲି ଆଶା । ପ୍ରେମିକ କବି ସାର ଡ଼ଃ ତୃପ୍ତି ରଞ୍ଜନ ଦାସଙ୍କୁ ଆନ୍ତରିକ ଧନ୍ୟବାଦ ।

– ସୌମ୍ୟରଞ୍ଜନ ପାଲ୍

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା, ପ୍ରବନ୍ଧ, ବ୍ୟଙ୍ଗ କଥା ଆଦି ରଚନା କରନ୍ତି । ସେ ବିଭିନ୍ନ ମଞ୍ଚରେ କବିତା ପରିବେଷଣ କରି ପୁରସ୍କୃତ ହେବା ସହ ଅନେକ ସମୟରେ କିଛି ଲୋକଙ୍କର ନକଲ ମଧ୍ୟ କରିଥାନ୍ତି ।