You are currently viewing ଅସମ୍ପୂର୍ଣ୍ଣ ଗଣତନ୍ତ୍ର
Asampurna Ganatantra (ଅସମ୍ପୂର୍ଣ୍ଣ ଗଣତନ୍ତ୍ର) by Jangyash Kumar Rout

ଅସମ୍ପୂର୍ଣ୍ଣ ଗଣତନ୍ତ୍ର

ଯେବେ ପ୍ରତିଶ୍ରୁତି ଆଜି ରାଜନୀତି
ଆଉ ରାଜନୀତି ଏଠି ରାଜନେତା ମାନଙ୍କର ପୈତୃକ ସମ୍ପତ୍ତି,
ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର !

ଯେବେ ପାଶ୍ଚାତ୍ୟ ଶିକ୍ଷାର ସୁବାସିତ ହଳାହଳ ବିଷ ଓ
ବେରୋଜଗାରିର ଶିକୁଳି ରେ ବନ୍ଧା ଭାରତର ଭାଗ୍ୟ,
ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର !

ଯେବେ ସାଧାରଣ ଜନତାଙ୍କର ଜୀବନ ଏଠି ଅସୁରକ୍ଷିତ ଓ
(ଅସାଧାରଣ) ଗୁଣ୍ଡାରାଜ୍ ଏଠି ସୁରକ୍ଷିତ,
ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର !

ଯେବେ ସରକାରୀ ସେବା ଏଠି ଲାଞ୍ଚର ପିଞ୍ଜରାରେ ବନ୍ଦୀ ଓ
ବେସରକାରୀ ସେବା ଏଠି ସୁନା ଓ ହୀରା ପରି ଦୁର୍ମୂଲ୍ୟ,
ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର !

ଯେବେ ସାଧାରଣତନ୍ତ୍ରର ଭାଗ୍ୟ ଏଠି ଅପାଠୁଆ
(ଅପରାଧୀ) ନେତା ମାନଙ୍କର ବିଚାର ଧାରାରେ ପରିଚାଳିତ,
ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର !

ଭାରତର ଗଣତନ୍ତ୍ର ସମ୍ପୂର୍ଣ୍ଣ ହେବାକୁ ତ ଦରକାର ସୁଶିଖିତ ଗଣ
ଓ ଏକ ସୁପରିକଳ୍ପିତ ତନ୍ତ୍ର,
ଯାହା ବାସ୍ ଖୋଜୁଥିବ ଏକ ନୂତନ ଭାରତର ସୂର୍ଯ୍ୟୋଦୟ ।

ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।