You are currently viewing ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା
The Power of Your Subconscious Mind Book Review in Odia (ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା)

ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା

ଆପଣ ଯଦି ଜଣେ ପୁସ୍ତକ ପ୍ରିୟ ମଣିଷ ହେଇଥିବେ, ତା’ହେଲେ Joseph Murphy “The Power of Your Subconscious Mind” ପୁସ୍ତକ ବିଷୟରେ ତ ନିଶ୍ଚିତ ଜାଣିଥିବେ । ଶ୍ରୀଯୁକ୍ତ ଅନନ୍ତ ଚରଣ ସ୍ୱାଇଁ ମହୋଦୟ ଏହି ପୁସ୍ତକଟିର ଓଡ଼ିଆ ଅନୁବାଦ କରିଛନ୍ତି, ଯାହାକି ପ୍ରକାଶ ପାଇଛି ପ୍ରଜ୍ଞାନ ପବ୍ଲିକେଶନ୍ ଦ୍ୱାରା ।

ଯଦିଓ ବହିଟି ଅନେକ ଦିନ ଧରି ମୋ ପାଖରେ ରହିଥିଲା ଏବଂ ଆମ ଆଖପାଖର ଲୋକମାନେ ଏହାକୁ ପଢ଼ିସାରିଥିଲେ, ତଥାପି ସମୟ ବାହାର କରି ମୁଁ ଏହାକୁ ଗତ ପଞ୍ଚାୟତ ନିର୍ବାଚନ ସମୟରେ ପଢ଼ିଥିଲି । ପ୍ରଥମ ଅଧ୍ୟାୟଟି ପଢ଼ିସାରିବା ପରେ ଆଉ ଅଟକିବାକୁ ଇଚ୍ଛା ହେଲାନାହିଁ, ଗୋଟିଏ ପରେ ଗୋଟିଏ ଅଧ୍ୟାୟ କରି ସବୁକୁ ପଢ଼ି ପକେଇଲି ।

କୌଣସି ଏକ ଫିଲ୍ମର ଏକ ସଂଳାପ ଥିଲା, “It’s all in the mind.” ଆମ ଭିତରେ ଘଟୁଥିବା ଟିକିନିଖି ଜିନିଷ କେମିତି ଆମ ଚେତନ ଆଉ ଅବଚେତନ ମନ ଦ୍ୱାରା ପରିଚାଳିତ ହୋଇଥାଏ, ସେ ବିଷୟରେ ହିଁ ଏହି ବହିରେ ଉଲ୍ଲେଖ କରାଯାଇଛି । ଚେତନ ଆଉ ଅବଚେତନ ମନର କାର୍ଯ୍ୟକୁ ଉଦାହରଣ ସହିତ ବହୁତ ସରଳ ଏବଂ ସ୍ୱଳ୍ପରେ ବର୍ଣ୍ଣନା କରିଛନ୍ତି ଲେଖକ । ଯଦିଓ ମୂଳ ଇଂରାଜୀ ରଚନାଟି ମୁଁ ପଢ଼ିନାହିଁ, ଓଡ଼ିଆରେ ପଢ଼ିବା ପରେ ଆଉ ଇଂରାଜୀ ପୁସ୍ତକଟି ପଢ଼ିବାର ଆବଶ୍ୟକତା ନାହିଁ ବୋଲି ମନେ ହେଉଛି ।

ଯେହେତୁ ଲେଖକ ଜଣେ ବିଦେଶୀ ଏବଂ ସେ ଖ୍ରୀଷ୍ଟ ଧର୍ମାବଲମ୍ବି, ତେଣୁ କିଛି ସ୍ଥାନରେ ଆପଣମାନେ ଏହି ଧର୍ମ ସଂଲଗ୍ନ କଥା ମଧ୍ୟ ପଢ଼ିବାକୁ ପାଇବେ । କିନ୍ତୁ ଏହି କଥାଗୁଡ଼ିକ ପ୍ରାୟତଃ ସବୁ ଧର୍ମରେ ସମାନ ଥାଏ । ଆପଣମାନେ ପଢ଼ିଲେ, ନିଜେ ମଧ୍ୟ ତାହା ଅନୁଭବ କରିପାରିବେ ।

ବହିଟି ବିଷୟରେ ଅଧିକ ବା ଆଉ କ’ଣ କହିବି, ସମସ୍ତେ ପଢ଼ନ୍ତୁ ବୋଲି ଖାଲି ଅନୁରୋଧ କରିବି । ଧନ୍ୟବାଦ ଜଣାଇବି ମୋର ବନ୍ଧୁଙ୍କୁ ଏହି ପୁସ୍ତକଟି ମୋତେ ପଠାଇଥିବାରୁ ଏବଂ ତାଙ୍କ ପିତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବି ଏତେ ସରଳ ଏବଂ ସୁନ୍ଦର ଭାବରେ ଏହାକୁ ବଖାଣିଥିବାରୁ ।

– ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।