ପ୍ରଣୟର ସାଗର
ପ୍ରଣୟର ସାଗର

ପ୍ରଣୟର ସାଗର

ଜାଣିନି ଅପେକ୍ଷାର ଅନ୍ତ କେବେ ଘଟିବ,
ମରୁଭୂମିରେ ବାଲୁକା ଶେଜରେ ନଦୀ ଆସିବ ।

ଆଶା ମୋର ଅସୀମ, ବାଟ ନାହିଁ ଚାଲିବାକୁ…
ସ୍ଵପ୍ନ ମୋର ଅମାପ, ନିଦ ନାହିଁ ଶୋଇବାକୁ…

ଭଙ୍ଗା ସାଗର ଲହରି, ଜୁଆରର ଭଟ୍ଟା…
କ୍ଷଣ ଅବକ୍ଷଣେ.. ପାଇବାର ନିଶା…

ସନ୍ଦିଗ୍ଧ ଏ ସନ୍ତୁଳିତ ମନ, ଭାବ ଅବକାଶେ କରେ ନିଡ଼ ରଚନା ।
ଧୂସରିତ ମାୟାଜାଲେ କବଳିତ କରି ଦିଏ, ରଚିଦିଏ ଛଳନାର ବାସନା ।।

ପରିପୂରକ ପରି ଆଙ୍କି ହୋଇଯାଏ , ମନର ଗହନରେ ଭାଷାୟତ ଚିତ୍ର ।।
ତଥାପି ଅପେକ୍ଷା ସେ ଦଗାଦିଆ ସମୟକୁ, କାଳେ ବିଞ୍ଚିବ ସେ ଆଶାର କାକର,
ତନୁ ମନେ ଭରି ଭାବ ପ୍ରଣୟର ସାଗର ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu