You are currently viewing ନୂଆ ବରଷ
ନୂଆ ବରଷ (Nua barasha) Odia poem on the New Year by Jangyash Kumar Rout

ନୂଆ ବରଷ

ଆସିଛି ଯେ ଆଜି ନୂଆ ବରଷ, ସଙ୍ଗେ ଆଣିଅଛି କେତେ ହରସ;
ଭରିଯାଉ ମନେ ହର୍ସ ଉଲ୍ଲାସ, ହୋଇଯାଉ ଆଜି ହିଂସା ବିନାଶ;

ଆଲୋକମାଳାରେ ହୋଇ ସଜ୍ଜିତ, ନୂଆବର୍ଷ ଗାଉ ଉଲ୍ଲାସ ଗୀତ;
ହୋଇ ନୂଆବର୍ଷ ସ୍ୱର୍ଗୀୟ ପରୀ, ଆଣିଦେଉ କେତେ ସୁନାମ ଶିରୀ;

ପ୍ରତି ମନେ ଆସୁ ଭକ୍ତି ଓ ନିଷ୍ଠା, ଦେଖାଇବାକୁ ଶକ୍ତି ପରକାଷ୍ଠା;
ଉଡ଼ୁ ଗଗନରେ ଶାନ୍ତିର ବାର୍ତ୍ତା, ଖୋଲିଯାଉ ଆଜି ପ୍ରେମର ରାସ୍ତା;

ନୂଆବର୍ଷ ଆଣୁ ଶାନ୍ତି ସୌଭାଗ୍ୟ, ଗଢ଼ିଉଠୁ ଧରାରେ ରାମରାଜ୍ୟ;
ସତ୍ୟ ଓ ନ୍ୟାୟର ହେଉ ବିଜୟ, ଭାଈଚାରା ରହିଥାଉ ଅକ୍ଷୟ;

ହସୁ ଆଜି ଏଇ ପୃଥିବୀ ମାତା, ଶୁଣୁ ସିଏ ଆଜି ବିଜୟ ଗାଥା;
ଧ୍ୱଂସ ହୋଇଯାଉ ପାପର ସ୍ତୂପ, ନେଉ ଏ ମହୀ ପୂଣ୍ୟମୟୀ ରୂପ;

ସଭିଙ୍କର ସ୍ୱପ୍ନ ହେଉ ପୂରଣ, ନୂଆବର୍ଷ ଆଣୁ ନୂଆ କିରଣ;
ନୂଆ ବର୍ଷରେ ଖୁସିର ସାଗର, ହେଉ ଏ ଧରା ଉତ୍ସବମୁଖର…

– ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।