You are currently viewing ଭୁଲି ପାରୁନାହିଁ
Odia Poem Bhuli Parunahin (ଭୁଲି ପାରୁନାହିଁ) by Tapas Ranjan on Shubhapallaba Odia Magazine

ଭୁଲି ପାରୁନାହିଁ

ଭଲ ଭଲ କ‌ହି ଭଲ ପାଇଗଲି
ଭୁଲି ପାରୁନାହିଁ ମୁଁହିଁ,
ଆଖିଯାଏ ଥକି ମନ ଯାଏ ଶୁଖି
ତୁମ ବାଟ ଚାହିଁ ଚାହିଁ ।।୧।।

ତୁମ ସାଥେ ଥିବା ପ୍ରତିଟି ମୁହୂର୍ତ୍ତ
ଭୁଲିପାରୁନାହିଁ ମୁହିଁ,
ନିରୋଳାରେ ଥିଲେ ତୁମେ ମନେପଡ଼
ଭେଟିବାକୁ ଚାହେଁ ମୁଁହିଁ ।।୨।।

ତୁମେ ଯିବାପରେ ଅଝଡ଼ା ସ୍ମୃତିକୁ
ସାଉଁଟି ବସିଛି ମୁହିଁ,
ଜୀବନର ମାନେ ତୁମଠୁ ଆରମ୍ଭ
ତୁମେ ସାଥେ ଯାଏ ବ‌ହି ।।୩।।

ଭୁଲିବାକୁ ଚାହିଁ ଭୁଲି ପାରୁନାହିଁ
ଭାବନାରେ ଯାଅ ରହି,
ମନ ଆଇନାରୁ ପୋଛି ପାରୁନାହିଁ
ରହିଯାଅ ସ୍ମୃତି ହୋଇ ।।୪।।

ତାପସ ରଞ୍ଜନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।