You are currently viewing ବାଲ୍ୟେ ତା’ ଭୁଲ
ବାଲ୍ୟେ ତା' ଭୁଲ

ବାଲ୍ୟେ ତା’ ଭୁଲ

ହଁ, ଏହାହିଁ ଭୁଲ…
ଜନନୀ ଗର୍ଭେ ଶଶିକଳା,
ନାଭି ମୁଣ୍ଡାରେ ଧରି କଳା,
ଆଈ ମା’ର ନିଆଁ ପୁଳା,
ସବୁ ପାଶୋରି ଆସେ ଧଳା,
କ’ଣ? ଏଇଟା ଭୁଲ ।…(୧)

ସୁଖ ନିଦ୍ରାରେ ଥାଏ ନୟନ,
ନଥାଏ ତା’ପାଖେ କକ୍ଷ ଶୟନ,
ଜନନୀ ଅନ୍ତ ହିଁ ସ୍ୱର୍ଗ ଆସନ,
କ’ଣ? ଏଇଟା ଭୁଲ ।…(୨)

ଅନ୍ତ ଚିରି ସେ କରେ ଗମନ,
ଛୁଇଁ ମାତୃଭୂମି କରେ କ୍ରନ୍ଦନ,
ଚକ୍ଷୁ ଖୋଲି ସେ ଦେଖେ ଗଗନ,
ଜାଣେ ନାହିଁ ସେ, କ’ଣ ଜୀବନ?
କ’ଣ? ଏଇଟା ଭୁଲ ।…(୩)

ମା’ର କୋଳ କରେ ଶୋଭନ,
ମା’ଦେଇଥାଏ କବଚ ଚୁମ୍ବନ,
“ଧଳା” କରିଥାଏ ସୁଖେ ଯାପନ,
କ’ଣ? ଏହା ହିଁ ଭୁଲ ।…(୪)

ବୁଲି ଖେଳିଥାଏ ନଥାଏ ଈର୍ଷା,
ଜୀବନେ ନଥାଏ ଆଶା କି ନିରାଶା,
ରାଗିଗଲେ କିନ୍ତୁ କରେ ସେ ରୁସା,
କେବେ କରେ ନାହିଁ, ୟେ ପାଇଁ “ହିଂସା”,
କ’ଣ? ଏଇଟା ଭୁଲ ।…(୫ )

ଦେଖିନଥାଏ ସେ ଉଦୟ ସୂର୍ଯ୍ୟ,
କିନ୍ତୁ ଦେଖିଥାଏ, ବୁଡ଼ିବା ସୂର୍ଯ୍ୟ;
ବନ୍ଧୁ ମେଳରେ କରେ କ୍ରୀଡ଼ନ,
ମା’ର ଡାକକୁ ନକରି ଶ୍ରବଣ ।
ପେଟେ ନଥାଏ ମୁଠେଇ ଭୋଜନ,
ବିଜୟ ପାଇଁ ଦିଏ ଜୀବନ ।
କ’ଣ? ଏଇଟା ଭୁଲ ।…(୬)

ଆସେ ବୟସ ଧରି ଆସନ,
“ଧଳା” ତ କରେ ସାଙ୍ଗେ ପଠନ;
ବୁଝିପାରେ ନାହିଁ ମୂଳ କି ଅଗ,
ଖାଲି କରିଥାଏ, ଦିଦି ପରେ ରାଗ ।
କ’ଣ? ଏଇଟା ଭୁଲ ।…(୭)

ଶରୀର ହୁଏ ମାଷ୍ଟ୍ରେ ପାଖେ ବନ୍ଧା,
ମନ କିନ୍ତୁ ଥାଏ, ଖେଳ ପାଖେ ସନ୍ଧା;
ନ ଡାକିପାରି ପଣକିଆ,
ମାଷ୍ଟ୍ରେଠୁ ଖାଏ ପିଚାରେ ଚିଆଁ;
କ’ଣ? ଏଇଟା ଭୁଲ ।…(୮)

କ୍ରନ୍ଦନ ଧରି ଆସେ ସେ ଫେରି,
ବିଦ୍ୟାଳୟ ଯାଏ ଖାଲି ଡରି ଡରି;
ପାଠକୁ ଡରି, ରୁହେ ଥରି ଥରି,
ମାଷ୍ଟ୍ରେ ଆସିଯିବ, କାଳେ ଇଂରାଜୀ ଧରି;
ଭାବେ ବସି, ଏ ଭାଗ୍ୟର ଡୋରି,
ଚାରିଟା ହେଲେ ଯିବ ସେ ତରି ।
କ’ଣ? ଏଇଟା ଭୁଲ ।…(୯)

ବସି ରହିଥାଏ ମନକୁ ମାରି,
ବିଦ୍ୟାଳୟେ ଯେବେ ଦେଖେ ସୁନ୍ଦରୀ;
ଦେଖାଏ ତାହାର ହିରୋଗିରି,
ପିଲାଏ ଭାବନ୍ତି ଏ ଦାଦାଗିରି;
ମାଷ୍ଟ୍ରେକୁ କୁହନ୍ତି, କରେ ସେ ମରାମରି ।
କ’ଣ? ଏଇଟା ଭୁଲ ।…(୧୦)

ଏହା ପରେ ମାଷ୍ଟ୍ର କରେ ପ୍ରହାର,
ମନେ ଖେଳିଯାଏ କଳା ଜହର,
ଖବର ଖେଳିଯାଏ ଘରକୁ ଘର ।
“ହଁ”… ଏଇଟା ହିଁ ଭୁଲ ।…(୧୧)

ସ୍ମୃତିରଂଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।