You are currently viewing ଦେଶାତ୍ମବୋଧ
Odia Poem Deshatmabodha (ଦେଶାତ୍ମବୋଧ) by Basanta Kumar Pradhan for Independence Day

ଦେଶାତ୍ମବୋଧ

ଦେବଭୂମି ଏ ବେଦଭୂମି
ଏହି ମୋ ଭାରତବର୍ଷ,
ଯୁଗ ଯୁଗ ଧରି ଗଙ୍ଗା ଯମୁନା
ଗାଇଯାଏ ଯା’ର ଯଶ ।୦।

ନୀଳ ପାରାବାର ଧୁଏ ଯା’ ପୟର
ହିମାଳୟ ଶୋହେ ମସ୍ତକେ ଯାହାର,
କଟିରେ ଯାହାର ବିନ୍ଧ୍ୟ ଗିରିବର
କରେ ଶୋଭା ପରକାଶ
ଏହି ମୋ ଭାରତବର୍ଷ ।୧।

ସଂସ୍କୃତି ଯାହାର ପବିତ୍ର ମହାନ
କାଶୀ ବାରଣାସୀ ଗୟା ବୃନ୍ଦାବନ,
ପୁରୀ ରାମେଶ୍ୱର ତୀର୍ଥକ୍ଷେତ୍ର ଯା’ର
ଧୁଅଇ ପାପ କଳୁଷ
ଏହି ମୋ ଭାରତବର୍ଷ ।୨।

ଧରମ କରମ ଯହିଁ ସମନ୍ୱୟ
ମାଟି ଯା’ର ଘୋଷେ ସତ୍ୟର ଜୟ,
ବୀର ପ୍ରସବିନୀ ଶାନ୍ତି ପ୍ରଦାୟନୀ
ଦିଏ ଯିଏ ବରାଶିଷ
ଏହି ମୋ ଭାରତବର୍ଷ ।୩।

– ବସନ୍ତ ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।