You are currently viewing ପନ୍ଥେଇ ଜଳ
Odia Poem Panthei Jala (ପନ୍ଥେଇ ଜଳ) by Debasish Mohapatra

ପନ୍ଥେଇ ଜଳ

ଫଗୁଣର ଫଗୁ ସରି ଗଲା ପରେ,
ଆସିଯାଏ ଚଇତିର ପନ୍ଥେଇ ଜଳ ।

ଦୂର ଆକାଶ ରୁ ଶୁଭାଯାଏ,
ହୁଳହୁଳିର ଏକ ଅବିସ୍ମୟ ଝଙ୍କାର ।

ଚଇତିର ମଙ୍ଗଳବାର,
ମଙ୍ଗଳାଙ୍କ ଅସୀମ ଅପାର
ହୁଳହୁଳିରେ କମ୍ପୁଥାଏ ଅମ୍ବର ।

ସିଞ୍ଚିଲା ଜଳ,
ପିଇଲା ତାଙ୍କ କୃପାର ଜଳ
ଜୀବନ ପରିଧିରେ ପାଇଗଲା
ସେ ତାଙ୍କ କରୁଣା ଅପାର ।

– ଦେବାଶିଷ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବାଶିଷ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।