You are currently viewing ଅଭୁଲା ସ୍ମୃତି
ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

ବାବା,
ଆମର ବାବା ଡାକଟା ଥିଲା ଫୁଲ ପରି ସୁନ୍ଦର, ମହୁ ଭଳି ମଧୁର । ଆମକୁ ନିସ୍ୱ କରି ତୁମେ ଚାଲିଗଲ ରଖିଗଲ ସବୁକିଛି ଯାହା ଅପାସୋରା ଅବିସ୍ମରଣୀୟ । ଯେଉଁ ଦିନ ମା’ର ଗର୍ଭରୁ ଆମେ ଆସିଲୁ ସେହି ଦିନଠାରୁ ତୁମର ସେହି ନିସ୍ଵାର୍ଥପର ସେବା ତ୍ୟାଗ ସତ ସାହସ ସତ୍ୟବାଦୀତା ସରଳତା ଗୁଣଗୁଡ଼ିକ ଦ୍ଵାରା ଆଜି ଆମକୁ ଉନ୍ନତିର ଚରମ ସୀମାରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଛି ।

ଅନ୍ଧ ଯେପରି ଆଖି ହରାଇଲେ ଆଖିର ମୂଲ୍ୟ ବୁଝିପାରେ ସେପରି ଆମେ ତୁମକୁ ହରାଇ ଅନ୍ଧ ହୋଇଯାଇଛୁ । ତୁମର ଜୀବନରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆମର ଉନ୍ନତି ପାଇଁ ତୁମେ ଚେଷ୍ଟା କରୁଥିଲ । ଆମେ ତୁମକୁ କିଛି ଦେଇ ପାରିଲୁନି; ତୁମର ସବୁକିଛି ନେଇଗଲୁ ।

ତୁମେ ମାଆ ଭଳି ସ୍ନେହ ମମତା ଦଉଥିଲ । ବାପା ଭଳି ଜ୍ଞାନ ଦେଉଥିଲ ଗୁରୁ ଭଳି ଶିକ୍ଷା ଦେଉଥିଲ । ଯେଉଁ ସବୁ କଥାଗୁଡ଼ିକ ଆଜି ଆମ ଜୀବନକୁ ପ୍ରତି ମୁହୂର୍ତ୍ତରେ ଆନ୍ଦୋଳିତ କରୁଛି । ତୁମର ପ୍ରେରଣା ଆମପାଇଁ ଚିର ସ୍ମରଣୀୟ ଚିର ବନ୍ଦନୀୟ । ଏହି ଦୁଇ ପଦ କଥାରେ ଆମେ ତୁମକୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ।

ବାବା ପିତୃଦିବସ ଉପଲକ୍ଷେ ଆମର ତୁମ ପାଦ ତଳେ ଆମର କୋଟି କୋଟି ପ୍ରଣାମ ।

ତୁମର ଅତି ଅଦରର ପୁଅ ଓ ଝିଅ
ବାବୁଲି
ରାଜୁ
ରିତା
ଟିକି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।