You are currently viewing ପ୍ରଲୋଭନ ବାଣୀକୁ ସାବଧାନ
Odia Poem Pralobhana Baniku Sabadhan (ପ୍ରଲୋଭନ ବାଣୀକୁ ସାବଧାନ) by Alekh Meher

ପ୍ରଲୋଭନ ବାଣୀକୁ ସାବଧାନ

ଲପନରେ ହସ ମୁଖରେ ଗରଳ
ଅନ୍ମେଷିବା କାଠିକର,
ପୀୟୁସ ବିଚାରି ଭକ୍ଷଣ କରନ୍ତେ
କଳେବର ଛାରଖାର ।

ନୀଚମନା ସଦା ସ୍ୱାର୍ଥ ସିଦ୍ଧ ପାଇଁ
ଧରେ ସୁଦ୍ଧ ଯୋଗୀ ବେଶ,
ନିର୍ଜନ ବେଳାରେ ହରି ନିଏ ମାନ
ଯେସନେ ଲଙ୍କା ନରେଶ ।

ସୁଯୋଗ ଖୋଜଇ ସ୍ୱାର୍ଥର ବାଟୋଇ
ପକାଇବ ନେଇ କୂପେ,
ଜାଣିବା ବେଳକୁ ବିଯଦ ଘନେଇ
ବରଷିବ ଆପେ ଆପେ ।

ମାନୀ ଦୁଃସାସନ ଦେଉଛନ୍ତି ଜ୍ଞାନ
ଶକୁନି ସଙ୍ଗତେ ମିଳି,
ସୁରା ମଧୁମୟ ହରି ନେବ ଭୟ
ଆସ ପଶା ଯିବା ଖେଳି ।

ପ୍ରଲୋଭନ ବାଣୀ ଶୁଣାଏ ମହିଷା
ବିଲୋକି ମାଆ ଭଉଣୀ,
ବେଳୁ ସାବଧାନ ହୋଇ ନ ଚାଲିଲେ
ନିମ୍ନେ ବୋହିଯିବ ପାଣି ।

– ଅଲେଖ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଲେଖ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।