You are currently viewing ତୁମକୁ ଦେଖିଲା ପରେ…
ତୁମକୁ ଦେଖିଲା ପରେ...

ତୁମକୁ ଦେଖିଲା ପରେ…

ଏ ଆଖି ତୁମକୁ ଦେଖିଲା ପରେ
ମନ କାହିଁକି ଝୁରେ
ତୁମେ ବି ଅଜଣା ମୁଁ ବି ଅଜଣା
ବସା ବାନ୍ଧିଦେଲ ହୃଦୟରେ
ଏ ଆଖି ତୁମକୁ ଦେଖିଲା ପରେ…
ମନ କାହିଁକି ଝୁରେ…
ସହି ପାରେ ନାହିଁ, କହି ପାରେ ନାହିଁ
ବିରହ ଜୁଇରେ ମୁଁ ଜଳେରେ
ଥିରି ଥିରି ତୁମେ ଚାଲି ଯାଉଥିଲ
କଣେଇ ଚାହିଁଲ ଦୁଷ୍ଟାମୀରେ
ଏ ଆଖି ତୁମକୁ ଦେଖିଲା ପରେ…
ମନ କାହିଁକି ଝୁରେ…

ଫିକା ଫିକା ମନ ଲାଗେ ଯଉବନ
ବାରି ହେଉଥିଲା ଆଖି ଧାରେ
ତୁମକୁ ପାଇବା ଦେଖୁଛି ସପନ
ଘର ମୁଁ ତୋଳିଛି ପଲକରେ
ଏ ଆଖି ତୁମକୁ ଦେଖିଲା ପରେ…
ମନ କାହିଁକି ଝୁରେ…
ନିରୀହ ସରଳ ନୁହେଁ ତ କୁଟିଳ
ହୃଦୟ ନାଇଛ କୋମଳରେ
ବୁଝି ମୁଁ ପାରିଛି ତୁମ ଭାବନାକୁ
ରହିବି ତୁମରି ବନ୍ଧନରେ
ଏ ଆଖି ତୁମକୁ ଦେଖିଲା ପରେ…
ମନ କାହିଁକି ଝୁରେ…

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...