You are currently viewing ପ୍ରିୟା ମୋର ଭାରି ଅଭିମାନୀ
ପ୍ରିୟା ମୋର ଭାରି ଅଭିମାନୀ

ପ୍ରିୟା ମୋର ଭାରି ଅଭିମାନୀ

ତୁମ ଛବି ଦେଖି ଆଜି ମୁ ଜୀଉଁଛି
ଏଇ ସପ୍ନଭରା ନିଶାରାତି
ମନକଥା ମୋର ପାରୁନି ମୁଁ କହି
ତୁମକୁ କରୁଛି ବୋଲି ଗୋ ପ୍ରିତୀ
ତୁମେ ତ ମୋର ଆଭିମାନିନୀ
କିଆଁ ଲାଜୁଛ ଗୋ ଏତେ
ତୁମେ ତ ମୋର ଅଭୁଲା ରାତୀ
ଭୁଲି ପାରୁନି ମୁଁ ସତେ ॥

ଜହ୍ନ ରାଇଜରେ ଘରଟେ କରିବି
ରଖିବି ସଜେଇ ରାଣୀ
ତୋ ପାଇଁ ମୁଁ ଆଣିଦେବି ସତେ
ହୀରା, ନୀଲା, ମୋତି ମାଣୀ ॥

ତମକୁ ସତେ ପାରୁନି ଗୋ ଭୁଲି
ମୁଁ ଯେ ତମର ପ୍ରେମି ପାଗଳ
ତୁମ ବିନା ପ୍ରିୟା ରହିପାରୁନି ଗୋ
ଲାଗୁଛି ଭାରି ପୋଡ଼ାଜଳା ॥

କହିଦିଅ ମତେ ଥରୁଟିଏ ସତେ
ପାଉଛି ବୋଲି ଗୋ ଭଲ
ବିଛେଇ ଦେବି ସତେ ତମ ପାଦତଳେ
ସରଗ ରାଇଜର ଫୁଲ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...