You are currently viewing ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ
Odia Poem Alinganara Bele Bela Bayasa Heijae (ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ) by Sucharita Patra

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ
ଶିଥିଳ ହୁଏ ଅଥିର ହୁଏ
କେବେକେବେ ମୃଦୁ କିମ୍ବା ଟାଣ ଚାପରେ ମୋଡ଼ିମକଚି ହୋଇଯାଏ
ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ ।

ଆଲିଙ୍ଗନରେ ତୃପ୍ତି ଅଭିମାନ ନିର୍ଭୟ ଶାନ୍ତି ଲାଗେ
ହେଲେ ତା’ର ନିଶା ହୋଇଗଲେ
ସୁସ୍ଥ ମଣିଷ ବି ରୋଗିଣା ହୋଇଯାଏ
ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ ।

ତା’ର ଉଷ୍ଣ ଓ ଶୁଷ୍କତାରେ ଭାବନା ଜାଣିହୁଏ
କିନ୍ତୁ ତା’ର ବି କ’ଣ ଗୋଟାଏ ମୁଖା ଥାଏ
ନାଇଁ ନାଇଁ ମୁଁ ଝିଅଟାଏ
ମୁଖାର ଆୟତକାର ଭିତରକୁ ପଶିବା ପୂର୍ବରୁ
ମାପିବାକୁ ହେବ ତା’ର ଆୟତନ
ମାପିବାକୁ ହେବ ତା’ର ଉଷ୍ମତାର ରହସ୍ୟ
ଯଦି ସେ ମୋତେ ପ୍ରାପ୍ତ ବୟସ୍କ କହି କୋଳେଇ ଦବ ସତ
ହେଲେ ଜାବୁଡ଼ି ଧରିଲେ ଅଣନିଃଶ୍ୱାସୀ ହୋଇଯିବା ବି ଥୟ ।

– ସୁଚରିତା ପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଚରିତା ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।