You are currently viewing ମାଣ୍ଡିଆ ଜାଉ
Mandia-Jau (ମାଣ୍ଡିଆ ଜାଉ) recipe in Odia

ମାଣ୍ଡିଆ ଜାଉ

ଅତ୍ୟଧିକ ଗରମରେ ଶରୀରକୁ ସୁସ୍ଥ ରଖିବା ପାଇଁ ଆଦିମ କାଳରୁ ମଣିଷ ବିଭିନ୍ନ ଖାଦ୍ୟ ଶସ୍ୟର ପ୍ରୟୋଗ କରି ଆସୁଛି । ମାଣ୍ଡିଆ ଏକ ଶସ୍ୟ ଯାହା ଓଡ଼ିଶାରେ ପ୍ରାଚୀନ କାଳରୁ ଅମଳ କରାଯାଏ । ଶରୀରକୁ ଥଣ୍ଡା ରଖିବା ସହିତ ଏହାର ଅନେକ ଔଷଧୀୟ ଗୁଣ ଅଛି । ସେଥିପାଇଁ ଏହାକୁ ଖରାଦିନେ, ପଶ୍ଚିମ ଓଡ଼ିଶାରେ ଜାଉ ତିଆରି କରିକି ଖାଇଥାନ୍ତି । ଆସନ୍ତୁ ଜାଣିବା ଏଠି ଏକ ପଶ୍ଚିମ ଓଡ଼ିଶାର ବହୁତ ପୁରୁଣା ମାଣ୍ଡିଆ ଜାଉର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ଦ୍ରବ୍ୟ:

  • ମାଣ୍ଡିଆ – ୧୦୦ ଗ୍ରାମ
  • ପାଣି – ୨ ଗ୍ଲାସ
  • ଚିନି – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

୧. ମାଣ୍ଡିଆକୁ ଭଲ ଭାବରେ ଧୋଇ, ଛାଣି ଦିଅନ୍ତୁ ।
୨. ଧୁଆ ମାଣ୍ଡିଆକୁ ଗ୍ରାଇଣ୍ଡରରେ ଟିକେ ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ଦିଅନ୍ତୁ ।
୩. ସେହି ବଟା ମାଣ୍ଡିଆରେ ୨ ଗ୍ଲାସ ପାଣି ମିଶାଇ ଗୋଟେ ଛଣାରେ ଛାଣି ନିଅନ୍ତୁ, ଯାହା ଦ୍ୱାରା ଚୋପା ଛାଣି ହେଇଯିବ ଏବଂ ମାଣ୍ଡିଆର ରସ ରହିଯିବ । ଏହା ଖୀର ପରି ତରଳ ହେବା ଆବଶ୍ୟକ ।
୪. ଗୋଟେ କଢ଼େଇରେ ମାଣ୍ଡିଆ ରସକୁ ଢାଳି ଚୂଲା ଜଳାନ୍ତୁ । ଏଥିରେ ଚିନି ମିଶାନ୍ତୁ ।
୫. ଏହାକୁ ନିୟମିତ ଭାବରେ ଘାଣ୍ଟନ୍ତୁ । ଧୀରେ ଧୀରେ ଏହା ବହଳିଆ ହେଇଯିବ ।
୬. ବହଳ ହେଇଗଲାପରେ, ଚୂଲା ବନ୍ଦ କରି ଦିଅନ୍ତୁ ।
୭. ଏହାକୁ ପ୍ଲେଟରେ ବାଢ଼ି, ଫ୍ରିଜରେ ଥଣ୍ଡା ହେବାପାଇଁ ରଖି ଦିଅନ୍ତୁ । ନହେଲେ ଏମିତି ବାହାରେ ରଖି ଥଣ୍ଡା ହେଲାପରେ ଖାଇବା ପାଇଁ ପରସି ପାରନ୍ତି ।

ଏହା ଛୋଟ ଛୁଆମାନଙ୍କ ପାଇଁ ଅତ୍ୟଧିକ ଉପଯୋଗୀ । ଏହାକୁ ଥରେ ଘରେ ପ୍ରସ୍ତୁତ କରି ଦେଖନ୍ତୁ, କେମିତି ଲାଗିଲା ମତେ ଜଣାନ୍ତୁ, ମୋର ଇନ୍‌ଷ୍ଟାଗ୍ରାମ୍ ହେଣ୍ଡେଲ୍ @seetayabhoi1ରେ । ଏମିତି ଆହୁରି ଆମର ପାରମ୍ପରିକ ଖାଦ୍ୟ ପ୍ରଣାଳୀ ଜାଣିବା ପାଇଁ ମୋତେ ଫଲୋ କରନ୍ତୁ ।

ଧନ୍ୟବାଦ
ସୀତୟା ଭୋଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୀତୟା ଭୋଇ ଜଣେ ଓଡ଼ିଆ ଏବଂ ସମ୍ବଲପୁରୀ ଖାଦ୍ୟ ପ୍ରିୟା ବ୍ଲଗର୍, ଯିଏକି ଘରୋଇ ରୋଷେଇ ଏବଂ ଫଟୋଗ୍ରାଫିରେ ଅଧିକ ରୁଚି ରଖନ୍ତି ।