You are currently viewing ଆହେ ଜଗନ୍ନାଥ
ଆହେ ଜଗନ୍ନାଥ

ଆହେ ଜଗନ୍ନାଥ

ହେ ବିଶ୍ଵ ନିୟନ୍ତା ଜଗତ କରତା
ଆହେ ପ୍ରଭୁ ଜଗନ୍ନାଥ
ତୁମ ଇସାରାରେ ଚାଲେ ଏ ସଂସାର
ତୁମେ ପରା ସର୍ବବ୍ୟାପ୍ତ । (୧)

ତୁମେ ନାରାୟଣ କରୁଣା ସାଗର
ତୁମେ ଅଟ ଅନ୍ତର୍ଯ୍ୟାମୀ
ଅନନ୍ତ ଅସୀମ ଅନୁପମ ତୁମେ
ଆହେ ଜଗନ୍ନାଥ ସ୍ୱାମୀ । (୨)

ନୀଳାଚଳ ଧାମେ ରତନବେଦିରେ
ପ୍ରଭୁ ତୁମେ ବସିଅଛ
ଦୁନିଆରେ ଯେବେ ଯାହା ଘଟୁଅଛି
ସବୁ ତୁମେ ଦେଖୁଅଛ । (୩)

ଲୀଳାମୟ ପ୍ରଭୁ ଦୟାର ଠାକୁର
ଏତିକି କରୁଛି ମିନତୀ
ରଖିଥାଅ ପ୍ରଭୁ ତୁମରି ଆଶିଷ
ଘେନ ମୋର ଏହି ପ୍ରଣତି । (୪)

– ପର୍ଶୁରାମ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପର୍ଶୁରାମ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।