You are currently viewing ଅସଜଡ଼ା କଥା
ଅସଜଡ଼ା କଥା

ଅସଜଡ଼ା କଥା

ଅଜାଣତରେ ବି ଅସଜଡ଼ା କଥା
ଦୈବାତ୍‌ ପାଟିରୁ ଖସି
ଗଲେ, ସଦ୍‌ଭାବ୍‌ କେଉଁ ପ୍ରକାରେ
ଜାଣିଛୁଁ, ବିଗିଡ଼େ ବେଶି

ତେବେ ସୁଦ୍ଧା କେହି କହୁନାହାଂତି
ମାପିଚୁପି କେଉଁ କଥା
ସେଇଥିପାଇଁ ତ ଶୁଣୁଥିବା ଲୋକ
ଭୋଗୁଥାଏ ହୀନସ୍ତା

ରାଂଧିବା ବେଳେ ତ ଚାଉଳରୁ ଗୋଡ଼ି
ବାଛି ଦେଇଥାଊଢ଼ଁ ଫିଂଗି
କହିବା ବେଳକୁ ବଦଳାଉନାହିଁ
ଥରେ ବି ବଚନ ଭଂଗି

ଏତେ ବକ୍‌ବକ୍‌ ହେଉଥିଲେ ତ
ପଡ଼େନାହିଁ ତାର ପ୍ରଭାବ
ରଡ଼ି ଛାଡ଼ି ଖାଲି ଦାବି କରୁଥିଲେ
ହଟି ଯାଏନାହିଁ ଅଭାବ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।