ନିଜେ ସହି ଭୋକ ଶୋଷ ଯେଉଁ ଲୋକ
ଦିଏ କାହା ପେଟ ପୂରେଇ
ତା’ ହାତରୁ ଖାଇଥାଏ ଯେଉଁ ଲୋକ
ଗୋଡ଼ରେ ବି ପାରେ ଖୁରେଇ
ଏମିତି ହୋଇଛି ସମୟ ଏଇନେ
କେହି କରେନାହିଁ ସ୍ବୀକାର
ଉପକାରୀ ଯେତେ ଚିହ୍ନା ଲୋକଂକୁ
କରୁଥାଏ ଧିକ୍କାର
କଥା ତ ପଳାଏ ପବନରେ ଉଡ଼ି
ଲେଖା ରହିଥାଏ ପଡ଼ି
କେହି ମାନେନାହିଁ କାହାର ବୋଲ
ଯେତେ ଛାଡ଼ିଲେ ବି ରଡ଼ି
ଶିକ୍ଷା ଶାସନ ବିଚାର ସାହିତ୍ୟ
ହେଲାଣି ଶବ୍ଦଖେଳ
ଭାବନା ତ କାହିଁ ଆଉ ଦିଶୁନାହିଁ
ଆସିଛି ଏମିତି ବେଳ