You are currently viewing ଶୀତ ଋତୁରେ ମୋ ଗାଆଁ
Odia Poem - Sita Ruture Mo Gaon

ଶୀତ ଋତୁରେ ମୋ ଗାଆଁ

ପାଚିଲା ଧାନ ଗହିର ଶେଷମୁଣ୍ଡରେ
ଧାଡ଼ି ଧାଡ଼ି ତାଳ ଗଛ ଆରପଟୁ,
କୁହୁଡ଼ି ଚିରେ ସୂର୍ଯ୍ୟ…
କାକର ଘାସର ମିତ,
ଘର ବାହାରଟା କାଶ୍ମୀର ଲାଗେ…
କମ୍ବଳ ପ୍ରେମିକାଠୁ ନିଜର,
ଆଲାର୍ମ ଦଶଥର ବାଜିବାଯାଏଁ…

ଅଗଣା ସାରା;
ଦରାଣ୍ଡି, ଘୁଷୁଡ଼ି ଚାଲେ ବୁଢ଼ୀମା
ଖୋଜି ଟିକିଏ କଅଁଳ ଖରା…
ଛାଞ୍ଚ ବାଡ଼ିଆ ଲକ୍ଷ୍ମୀ ପାଦ,
କଷ୍ଟରେ ତିଆରି ଝୋଟି
ଓଳି ମୂଳରେ ଝୁଲେ ନୂଆ ଧାନରେ ମେଣ୍ଟି

ରଙ୍ଗ ବେରଙ୍ଗ ସୁଇଟରରେ ଭବିଷ୍ୟତ
ପଣ୍ଡିତେଙ୍କ ଦାଣ୍ଡ ପିଣ୍ଡାରେ ଚାଲେ ଶିକ୍ଷାଚାଷ
ସନିଆ ବୋଉର ପୁରୁଣା ଅଭ୍ୟାସ
ରାତି ଚାରିଟାରେ ଗାଧୁଆ, ଆଠଟା ବେଳକୁ ଗରମ ଭାତ

ଖରାବେଳେ ଟାରେ;
ପ୍ରତୀକ୍ଷାର ଅନ୍ତ
ଧାନ ଖଳାରେ ନଡ଼ିଆ ଗଛ ଛୁଆଁ ଗଦା
ଘୋ ଘୋ ମେସିନରେ ଅମଳ
ଶିଳ, ଦକ୍ଷିଣା ପବନ ଆଉ ବେଙ୍ଗଳା ଅତୀତ

ସଞ୍ଜ ବି ସଅଳ ଆସେ
ଯେମିତି ସିଏ ତା କବରୀକୁ ଜଲଦି ଜଲଦି ଖୋଲେ
ଅଫିସରୁ ଫେରି…

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ତୃପ୍ତି ରଞ୍ଜନ ଦାସ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିସାରିବା ପରେ ଏବେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଓ କବିତା ଆଦି ରଚନା କରନ୍ତି । କଳା କ୍ଷେତ୍ରରେ ରୁଚି ରଖୁଥିବା ତୃପ୍ତିଙ୍କର ଦୁଇଟି କବିତା ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ତାଙ୍କର ପ୍ରଥମ କବିତା ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ।