You are currently viewing ନିଜକୁ ପାରେନି ମାନି
Odia Poem Nijaku Pareni Mani (ନିଜକୁ ପାରେନି ମାନି) by Prafulla Kumar Tripathy

ନିଜକୁ ପାରେନି ମାନି

ମନେ ଉପୁଜାଇ ଡର ଅକାରଣେ
ବାସ୍ତବତାକୁ ଭୁଲି
ସ୍ୱାନୁଭୂତିକୁ ବିଶ୍ୱାସ ନ କରି
ଯିଏ ଯାଉଥାଏ ଚଳି

ଜୀବନ ତା’ ପାଇଁ ତୁଚ୍ଛ ଘଟନା
ସ୍ୱେଚ୍ଛାର ନାହିଁ ସ୍ଥାନ
ଜିଇଁବା ନାଆଁରେ ସର୍ବଦା ସ୍ୱାଗତ
କରେ ଇଚ୍ଛାର ମରଣ

ନିଜକୁ ସଂଦେହ କରିବା ଅଭ୍ୟାସ
ଯୋଗୁଁ ହୁଏ ପରାଶ୍ରିତ
ବଳ, ବେଳ କରିଚାଲେ ଅପବ୍ୟୟ
ହୁଏନି କାଳାନୁଗତ

ବହୁବିଧ ମତ, ତତ୍ତ୍ୱର ଧାରକ
ହୋଇଯାଏ ତା’ର ମଥା
ସୁଖ ବଦଳରେ ଅକାରଣେ ପାଏ
ଅହେତୁକ ଭାବେ ବ୍ୟଥା

ଜୀବନରେ କିଛି ନୁହେ ସୁନିର୍ଦିଷ୍ଟ
ଏ ସତ୍ୟ ଥିଲେ ବି ଜାଣି
ଜ୍ଞାନ କେବେ ହେଲେ ପ୍ରୟୋଗ କରେନି
ନିଜକୁ ପାରେନି ମାନି

– ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।