You are currently viewing ରଗସଗିଆ ଶୀତ
Odia Poem on Winter - Ragarasia Sita by Pallavi Pujapanda

ରଗସଗିଆ ଶୀତ

ଗାଁ ବାସନା ନିକା ପାଇନି
ମୁଁ ତ କ୍ବାଟର୍ ଘର ଝିଅ,

ତୁଠ ଗାଧୁଆ, ମାଇପି ଗପ
ଗାଁ ଦାଣ୍ଡେ ଚାଲି ଧପଧପ,

କଟା, ବେଙ୍ଗଳା, ସିଝା ଧାନ
ଧାଇଁବି ଖଳାଠୁ ଘର ଘନଘନ,

ମାଟି ଗୋବରେ ଲିପିବି ଘର
ଝୋଟି ପକେଇବି ଝଟଝଟ,

ଗ୍ରାମଦେବତୀଙ୍କି ଟେକିବି ସଞ୍ଜ
ଗୁହାରି କରିବି ତନତନ,

ପରା କାଠଚୁଲ୍ଲୀ ପିଣ୍ଡାରେ ଥିବ
ଚକୁଳି ଗଢ଼ିବି ଚଟଚଟ,

ବାଡ଼ି କଖାରୁ ନାଉ ଶାଗ
ଦେଖି ମନ ମୋର ରଗସଗ,

ଶେଷ ମାଗୁଣି ମୋ ରଖିବ
ବାପାଗୋ ଗାଁ ଘରେ ଝିଅ ଦେବ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।