You are currently viewing ହାଇଦ୍ରାବାଦ ପୋଲିସ
Hyderabad Police

ହାଇଦ୍ରାବାଦ ପୋଲିସ

ଦୁଷ୍କର୍ମୀତୁମେ ଧର୍ଷଣକାରୀ
ଏନ୍‌କାଉଣ୍ଟରରେ ମଲ,
କ୍ଷାନ୍ତ ହୋଇଛି, ଶାନ୍ତ ହୋଇଛି
ପ୍ରିୟଙ୍କାର ନିଆଁ ଝୁଲ ।

ପରାକ୍ରମୀ ପୁଣି ସଂଗ୍ରାମୀ ତୁମେ
ହାଇଦ୍ରାବାଦ ପୋଲିସି,
ଦଶଟି ଦିନରେ ପାପୀର ପାପାତ୍ମା
ଯମ ପୁରେ ଦେଲ ପେଶି ।

ଭାରତ ମାତାର ଯୋଗ୍ୟ ସନ୍ତାନ
ନାରୀ ସ୍ୱାଭିମାନ ପାଇଁ,
ନୂଆ ଇତିହାସ ରଚିଲ ମାଟିରେ
କଳଙ୍କ କାଳିମା ଧୋଇ ।

ଜାତୀୟ ପତାକା ତ୍ରିରଙ୍ଗା ଆମର
ସର୍ବଧର୍ମ ପରିଚୟ,
ନିଃସ୍ୱାର୍ଥପରତା ପୁଲିସି ଧର୍ମର
ହୋଇଥାଏ ପରିଚୟ ।

ଚଉଦିଗ ଆଜି ଆଲୋକିତ କଲ
ଚାରୋଟି କବର ଦେଇ,
ସତେକି ପୃଥିବୀ ଧାର୍ଷଣକାରୀର
ଭାରା ପାରିଲାନି ସହି ।

ଏହିପରି ଯେବେ ଭାରତ ମାଟିର
ପୋଲିସ୍ ହେବେ ସଜାଗ,
କ୍ରାନ୍ତି ଆସିବ କ୍ଳାନ୍ତି ନଥିବ
ନ ଥିବ ଆତଙ୍କ ଭାବ ।

ଧନ୍ୟ ତୁମେ ଆରକ୍ଷୀ ବାହିନୀ
ହୃଦୟ ପାରିଲ ଜିଣି,
ବର୍ବରତାକୁ ପଙ୍ଗୁ କରିଲ
ଶତ୍ରୁର ରକତ ଝୁଣି ।

 

ପଦ୍ମିନୀ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଦ୍ମିନୀ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।