ଚଞ୍ଚଳ ମନା ଆଲୋ ସୁଲୋଚନା
କରିଛୁ ହୃଦୟେ ଘର
ତୁ ଇନ୍ଦୁମତୀ ମୁଁ ତୋର କନକ
କେମିତି ହେବି ଲୋ ଦୂର ।।
କହିଲେ କହୁ ଲୋ ଏ ସାରା ଜଗତ
ଦେଇ ଯେତେ ଅପବାଦ
ଜନ୍ମଜନ୍ମ ପାଇଁ ତୋ ହାତ ମୁଁ ଧରିଛି
ସହିବି ସବୁରି କ୍ରୋଧ ।।
ଶିଶିର ବେଳର ତୁ ମୋ ସଜନୀ
ପାହାନ୍ତି କାକର ଟୋପା
ତୋ ବିନା ଗ୍ରୀସମେ ସିଜିବି ଏମିତି
ବାରି ବିନେ ଯେହ୍ନେ ଧରା ।।
କାନନ କୁସୁମ ସନ୍ତାପର ମନ
ପଡ଼େକି ବିଭୁ ପଦେ
ତହିଁକି ଜୀବନ ସଜାଇ ରଖିଛି
ମୋର କେଉଁ ଅପରାଧେ ।।
ନିହାର ଆକାଶେ ପଡ଼ିଛି ଭାଳେଣି
ଧୂମ୍ର ବର୍ଣ୍ଣେ ସାଜିକି ଜନନୀ
ପ୍ରେମ ପବିତ୍ରତା ହରିଙ୍କ ଦର୍ଶନେ
ଅବା ସେ ଆମା ଜାମିନୀ ।।
ଦେଉଳିର ଚୂଡ଼ା ହର୍ଷିତ କିରଣେ
ଭାଜି ଉଠେ ଅବା ତୋଷିନି
କଲକଣ୍ଠ ଭାଷି ହୃଦୟ ପରଷି
ଆସୁ ତୁ ଗଜ ଗାମିନୀ ।।