You are currently viewing ଶୀତ ଦିନିଆ ମୋ ଗାଁ
Poem on Winter - Sita Dinia Mo Gaon

ଶୀତ ଦିନିଆ ମୋ ଗାଁ

ଶୀତ ଦିନେ ମୋ ଗାଁ ସୁନ୍ଦର ଦିଶଇ
ପୂରବେ ସୂର୍ଯ୍ୟ ଆସିଲେ
ଭାରି ଭଲ ଲାଗେ ସକାଳର ମଜା
ଦେହରେ ଖରା ପଡ଼ିଲେ ।୧।

ଘାସର ପତ୍ରରେ କାକର ବିନ୍ଦୁଟି
ଝଲମଲ ଦିଶୁଥାଏ
ଧାନର କ୍ଷେତକୁ ଦେଖି ଚାଷୀ ଭାଇ
ଖୁସିରେ ବିଭୋର ହୁଏ ।୨।

ସୋରିଷ ଫୁଲର ଉଲ୍ଲସିତ କ୍ଷେତ
ଦୃଶ୍ୟ ଲାଗେ ଅନୁପମ
ସବୁଜିମା ଭରା ମୋ ଗାଁ ପରିବେଶ
ଅଞ୍ଚଳରେ ତା’ର ନାମ ।୩।

ଶସ୍ୟ ଶ୍ୟାମଳରେ ଭରପୁର ଥାଏ
ନ ଥାଏ କିଛି ଅଭାବ
ଶୀତ ଦିନେ ମୋ ଗାଁ ଭାରି ଭଲ ଲାଗେ
ପାଳନ୍ତି କେତେ ପରବ ।୪।

ବଣଭୋଜି ଭାତ ଶାନ୍ତ ପରିବେଶ
ସଭିଙ୍କ ହୁଏ ଆଦର
ବାଡ଼ି ବଗିଚାରେ ନାନା ଜାତି ଫୁଲ
ଲାଗେ ଯେ ଭାରି ସୁନ୍ଦର ।୫।

ଭିନ୍ନ ଭିନ୍ନ ଖେଳ ପ୍ରତିଯୋଗିତାରେ
ପିଲାଏ ଖୁସି ହୁଅନ୍ତି
ନିଜ ଗାଆଁ ପାଇଁ ଖେଳନ୍ତି ସଭିଏଁ
ମୋ ଗାଁର ନାମ କରନ୍ତି ।୬।

ସଞ୍ଜର ଗୋଧୂଳି ପକ୍ଷୀର କାକଳି
ଦୃଶ୍ୟ ମଧ୍ୟେ ଚମତ୍କାର
ଶୀତ ଦିନେ ମୋ ଗାଁ ଅଭୁଲାର ସ୍ମୃତି
ମନେପଡ଼େ ବାରମ୍ବାର ।୭।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।