You are currently viewing ଶୀତ ଦିନେ ଉଲ୍ଲସିତ ମୋ ଗାଆଁ
Odia Poem on Winter- Sitadine Ullasita Mo Gaon

ଶୀତ ଦିନେ ଉଲ୍ଲସିତ ମୋ ଗାଆଁ

ପସରା ମେଲେଇ ଆଜି ଆସିଅଛି ଶୀତ
ମୋ ଲୋକ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ ।

ବନ ଗିରି ଘେରା ଅଟେ ଗାଁ ମୋର ସୁନ୍ଦର
ଶୀତକାଳ ଦୃଶ୍ୟ ସବୁ ଅତି ମନୋହର
ସବୁଜିମା ଭରା ଭୂମି, ସ୍ୱର୍ଗ ଅଭିହିତ
ମୋ ଲୋକ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ ।

ଉଇଁଲା ସୁବର୍ଣ୍ଣ ସୂର୍ଯ୍ୟ, ପୂରୁବ ଦିଗରେ
ରୌପ୍ୟ କାକର ବିଛେ, ସବୁଜ ଘାସରେ
ମନ୍ଦାର ଫୁଲରେ ଗଛ, ହୁଏ ହରସିତ
ମୋ ମନ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ ।

ଚଷା ଭାଇ ବାହାରିଲା, ଧାନ କାଟିବାକୁ
ବଳଦ ଭିଡ଼ନ୍ତି ଦେଖ, ରୂପା ଶଗଡ଼ିକୁ
ହରଷ ମନରେ ଧାନ, ଗାଉଥାଏ ଗୀତ
ମୋ କ୍ଷେତ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ ।

ରେଜାଇ ଘୋଡ଼ାଇ ହୋଇ ବୁଢ଼ୀ ମା ମୋହର
ନେଉ ଥାଏ ହରି ନାମ ମୁଖ ନିସୃତର
କିରଣ ତାପରେ ତନ ତା’ର ହୁଏ ଶିହରିତ
ମୋ ମା ଉଲ୍ଲସିତ, ମୋ ଗାଁ ଉଲ୍ଲସିତ ।

ମଳୟ ପବନ ବହେ, ଗୋଧୂଳି ବେଳରେ
ଭାଗବତ ପଢ଼ାହୁଏ, ସଞ୍ଜ ସକାଳରେ
ବାଟ ଓଷା ଲାଗି, ନାରୀ ହୋଇଣ ମିଳିତ
ମୋ ଜହ୍ନ ଉଲ୍ଲସିତ, ମୋ ଗାଁ ଉଲ୍ଲସିତ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଙ୍କର ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।