You are currently viewing ଆସିଛି ଶୀତ
Odia Poem on Winter - Asichi Sita

ଆସିଛି ଶୀତ

ଆସିଛି ଶୀତର ଦିନ
କାକର ଭିଜା ଘାସ ଉପରେ
ମୋତି ସମ ଚମକେ
ଏ କଅଁଳ ସୁରୁଜ କିରଣ ।

ଆସିଛି ଶୀତର ଜାଡ଼
ଗାଆଁ ପୋଖରୀ ତୁଠ ଉପରେ
କାଠ ବରଡ଼ାର ନିଆଁରେ
ସାହି ଟୋକା ସଭିଙ୍କ ଭିଡ଼ ।

ଆସିଛି ଶୀତର କ୍ଷେତ
ସୁନେଲି ସୁନେଲି ଧାନ ବିଲ
ସବୁଜିମା ଭରା ପରିବା କ୍ଷେତରେ
ଚାଷୀ ହସି ହସି ଗାଉଛି ଗୀତ ।

ଆସିଛି ଶୀତର ସଞ୍ଜ
ଗୁହାଳ ଘରୁ ଭାସିଆସେ ଧୁଆଁ
ନୂଆବୋହୂ ଫେରୁଛି ଗାଆଁ ମନ୍ଦିରୁ
ଟାଣି ଲମ୍ବା ଓଢ଼ଣାର ଲାଜ ।

ଆସିଛି ଶୀତର ରାତି
ଥରି ଯାଉଥିବା ଏ ନିଦୁଆ ଦିହ
ପ୍ରିୟାର କୋମଳ ପରଶ ପାଇ
କମ୍ବଳ ଭିତରେ ବଢ଼ୁଛି ତାତି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ରଶ୍ମିରଞ୍ଜନ ସାହୁ ଜଣେ ରସାୟନ ବିଜ୍ଞାନର ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।