You are currently viewing ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୩ଶ ସଂସ୍କରଣ ଉନ୍ମୋଚିତ
ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୩ଶ ସଂସ୍କରଣ ଉନ୍ମୋଚିତ

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୩ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧ ଫେବୃଆରୀ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୩ଶ ସଂସ୍କରଣ ଗତ ଫେବୃଆରୀ ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି । ଏତଦ୍ ବ୍ୟତୀତ ଏହି ଇ-ପତ୍ରିକାଟିର ଅନ୍ୟ ଏକ ସଂସ୍କରଣ ଶୁଭୋଦୟ ଭାବରେ ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ୨୦୧୯ ଦୁର୍ଗାପୂଜାଠାରୁ ପ୍ରକାଶ ପାଉଛି । ଶୁଭପଲ୍ଲବର ଏକ ଶିଶୁ ପତ୍ରିକାର ପ୍ରଥମ ସଂସ୍କରଣ ଆଗାମୀ ସରସ୍ୱତୀ ପୂଜା ଅବସରରେ ପ୍ରକାଶ ପାଇଥିବା ଥିବା କଥା ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ସୂଚନା ଦେଇଛନ୍ତି ।

Buy from Shubhapallaba Store Now

English Newsletter

23rd edition of Shubhapallaba Odia e-Magazine released

Bhadrak: The 23rd edition of Shubhapallaba Online Odia magazine has been released on 1st February. A total of 21 Odia articles including stories, poems, cooking tips, travel blogs, photo stories of different authors of Odisha placed in this edition. Tapas Ranjan and Sangram Keshari Senapati have edited the articles. Odia graphic designer Sambeet Das has designed the cover photo of this edition.

This e-magazine was established in 2018 and from January 2020, it’s publishing as a monthly magazine. Apart from the e-magazine, the web portals on this magazine are available in Odia, English, Hindi, Sanskrit, Telugu, Punjabi, Bengali languages. The 1st children’s magazine by the group is going to release on the upcoming Saraswati Puja.

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।