You are currently viewing ଶୁଭପଲ୍ଲବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ପ୍ରଶଂସା
CMO Acknowledges Shubhapallaba

ଶୁଭପଲ୍ଲବର ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ପ୍ରଶଂସା

ଶୁଭପଲ୍ଲବ (୨ ଜୁଲାଇ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ ରଥଯାତ୍ରା ସଂସ୍କରଣରେ ଅନେକଗୁଡ଼ିଏ ଜଗନ୍ନାଥ ଏବଂ ରଥଯାତ୍ରା ସମ୍ବନ୍ଧୀୟ ଫଟୋ ବ୍ୟବହାର କରିଛି, ଯେଉଁଥିରୁ ଅଧିକାଂଶ ଫଟୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲ୍‌ରୁ ନିଆଯାଇଥିଲା । କାରଣ, ଏହି ଦୁଇଟି ହ୍ୟାଣ୍ଡେଲ୍ ସମେତ କିଛି ସରକାରୀ ହ୍ୟାଣ୍ଡେଲ୍ କପିରାଇଟ୍ ଆକ୍ଟ ବାହାରେ ରହିଛି, ଯାହା ଫଳରେ ଏହାକୁ ସାଧାରଣ ଲୋକେ ବ୍ୟବହାର କରିପାରିବେ ।

ଏହି ବିଷୟରେ ଶୁଭପଲ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଏହି କପିରାଇଟ୍ ଆକ୍ଟ ପାଇଁ କାର୍ଯ୍ୟ କରିଥିବା କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ଆଦିକୁ ପ୍ରଶଂସା କରାଯାଇଥିଲା । ଏହାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ସ୍ୱାଗତ କରାଯିବା ସହ ଶୁଭପଲ୍ଲବର ଉଦ୍ୟମକୁ ପ୍ରଶଂସା କରାଯାଇଛି ।

 

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।