You are currently viewing ଇଚ୍ଛା
Odia Poem Ichchha (ଇଚ୍ଛା) by Rashmibala Satapathy

ଇଚ୍ଛା

ଭାରି ଅବୁଝା ଭରି ଅଝଟିଆ ଏ ଇଚ୍ଛା,
ସବୁରି ମନରେ ବସା ବାନ୍ଧିଥାଏ ଏ ଇଚ୍ଛା ।
ସ୍ୱପ୍ନର ତାଜମହଲ ଗଢ଼ିତୋଳିଥାଏ ଏ ଇଚ୍ଛା,
କଳ୍ପିତ ଜୀବନ କାହାଣୀର ଆଧାର ଏ ଇଚ୍ଛା ।

ଉଦାସୀ ଓଠରେ ହସର ମୁକୁତା ଖେଳାଏ ଇଚ୍ଛା,
ପୂର୍ଣ୍ଣମୀ କୋଳରେ ଜହ୍ନ ଆଲୁଅରେ ଦିପାଳୀ ଜାଳେ ଇଚ୍ଛା ।
ଅମା ଅନ୍ଧକାରେ ଭାବନାରେ ହଜାଏ ଏ ଇଚ୍ଛା,
ପ୍ରେମ ପ୍ରତୀକ୍ଷାର କାରଣ ସାଜେ ଏ ଇଚ୍ଛା ।

ସ୍ୱପ୍ନର ଦୁନିଆରେ ହଜାଇ ଦିଏ ଏ ଇଚ୍ଛା,
ଆଖିରୁ ସେ ନିଦ ଛଢ଼େଇ ନିଏ ଏ ଇଚ୍ଛା ।
ଚିର ସବୁଜ ଚିର ଜୀବନ୍ତ ହୋଇଥାଏ ଏ ଇଚ୍ଛା,
ବନ୍ଧନ ମୁକ୍ତ ଶିକୁଳି ମୁକ୍ତ ସେ ଯେ ଇଚ୍ଛା ।

ନିରବତାର ପ୍ରତିବିମ୍ବ ନିର୍ଜନ ସାଜେ ଇଚ୍ଛା,
ନିଷ୍କପଟ ହୃଦୟର ସରଳତାରେ ଥାଏ ଇଚ୍ଛା ।
ପିଲାଳିଆମିର ଦୁଷ୍ଟାମୀରେ ଲୁଚି ରହିଥାଏ ଇଚ୍ଛା,
ଯୌବନର ପାଗଳାମିରେ ଛପି ରହିଥାଏ ଇଚ୍ଛା ।

ବିନା ବାଦଲରେ ବରଷା କରାଏ ଏ ଇଚ୍ଛା,
ପକ୍ଷୀଟିଏ ଭଳି ଗଗନେ ଉଡ଼ାଏ ଏ ଇଚ୍ଛା ।
ଭାରି ଅଜବ ଭାରି ଅମାନିଆ ଏ ଇଚ୍ଛା,
ସବୁରି ମନରେ ଲୁଚି ରହିଥାଏ ଏ ଇଚ୍ଛା ॥

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।