You are currently viewing ଭ୍ରମ ଓ ପ୍ରେମ
Odia Poem Bhrama O Prema (ଭ୍ରମ ଓ ପ୍ରେମ) by Subhranshu Shekhar Pattnaik

ଭ୍ରମ ଓ ପ୍ରେମ

ମୁଁ ଭାବିଥିଲି
ପ୍ରେମ ଏକ ମରୁଭୂମିର ମରୀଚିକା
ମୁଁ ପାଇଥିଲି
ଖୋଜୁ ଖୋଜୁ ସାଗର ଭିତରୁ ମୁକ୍ତା
ମୁଁ ଭାବିଥିଲି
ପ୍ରେମ ଏକ ଆକାଶରେ ଭାସମାନ ବାଦଲ
ମୁଁ ପାଇଥିଲି
ଖୋଜୁ ଖୋଜୁ ବଗିଚା ଭିତରେ ଗୋଲାପ ଫୁଲ
ମୁଁ ଭାବିଥିଲି
ପ୍ରେମ ଏକ ବରଫାବୃତ ହ୍ରଦର ଭ୍ରମ
ମୁଁ ପାଇଥିଲି
ଖୋଜୁ ଖୋଜୁ ପୋଖରୀ ପଙ୍କ ଭିତରୁ ପଦ୍ମ
ମୁଁ ଭାବିଥିଲି
ପ୍ରେମ ଏକ ବରଷା ଋତୁର ଇନ୍ଦ୍ରଧନୁ
ମୁଁ ପାଇଥିଲି
ଖୋଜୁ ଖୋଜୁ ଦୁନିଆ ଭିତରେ ଏକ ତନୁ

– ଶୁଭ୍ରାଂଶୁ ଶେଖର ପଟ୍ଟନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।