ଅସରନ୍ତି ତୃଷ୍ଣା ଏ ମନର ଘର
ନରକ ପଥରେ ହୁଏ ଅଗ୍ରସର ॥
ଚଞ୍ଚଳ ମନଟି କାମନାର ଦାସ
ଶରୀର ସୁଖ ପାଇଁ ଦୁଃଖକୁ ଗ୍ରାସ ॥
ଆଜିର ନାରୀକୁ ସଜାଇ ଖେଳଣା
କାମନା ଭୋକରେ ହେଲୁ ବାଟବଣା ॥
ସମାଜ ଏପାଇଁ କରିଅଛି ନୀତି
ମାନବିକତା ଭୁଲି କରୁ ପୀରତି ॥
ସୃଷ୍ଟିର ଏ ପୁଅ ହଉ କି ସେ ଝିଅ
କାମନା ମାୟାରେ ବରତୀ ନ ରୁହ ॥
କାମନାକୁ କରି ହୃଦୟୁ ଦମନ
ଶାସ୍ୱତ କରମେ ଦିଅ ନିଜ ମନ ॥
– ଉମେଶ କୁମାର ବନଗୁଲା